ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ

add-all

ଭୁବନେଶ୍ବର: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘର ବୈଠକ ପରେ ବସ୍ ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଛି। ଏନେଇ ଉଭୟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସନ୍ଧ୍ୟାରେ ହେବାକୁ ଥିବା ବନ୍ଦ ଡାକରାକୁ ନେଇ ଏଥିରେ ଆଲୋଚନା ହୋଇଥିଲା। ଆଜି ସନ୍ଧ୍ୟା ୭ଟା ରୁ ଆସନ୍ତାକାଲି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦେଇଥିଲା ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ଘରୋଇ ବସ ମାଲିକ ସଂଘ। ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିଲା। 

ad-week
Leave A Reply

Your email address will not be published.