୧୫ ଦିନ ପରେ ଉଦ୍ଧାର ହେଲେ ’ଅର୍ଣ୍ଣବ’ରେ ନିଖୋଜ ଶିକ୍ଷକ, ଜଙ୍ଗଲରେ ପଥର କୋରଡରେ ଫସି ରହିଥିଲେ

kalipuja

ରାଇକିଆ : ୧୫ଦିନ ପରେ ଉଦ୍ଧାର ହେଲେ ବାତ୍ୟା ଅର୍ଣ୍ଣବରେ ନିଖୋଜ ଶିକ୍ଷକ ।  ଉଦ୍ଧାର ଶିକ୍ଷକ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ସାର୍ସାପଟା ସରକାରୀ ପ୍ରାଇମେରୀ ସ୍କୁଲ ଶିକ୍ଷକ ମୋହନ ମହାରଣା ।  ଅର୍ଣ୍ଣବ ବାତ୍ୟାରେ ଭୂସ୍ଖଳନ ହୋଇ ପାହାଡ଼ ଧସିଥିବା ଡାଙ୍ଗିସି ଗାଁ ଠାରୁ ମାତ୍ର ୭କିମି ଦୂର ଦୁବା ଗାଁରେ ଥିଲେ ମୋହନ ।  ତେବେ ୩୦ ତାରିଖରୁ ତାଙ୍କର ପତ୍ତା ନଥିଲା ।

ନିଖୋଜ ନେଇ ତାଙ୍କ ପତ୍ନୀ ପ୍ରିୟଙ୍କା ପ୍ରଧାନ ୫ ତାରିଖରେ ଥାନାରେ ଏତଲା ଦେଇଥିଲେ ।  ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲା। ଗତକାଲି ସନ୍ଧ୍ୟାରେ ରତଙ୍ଗି ଜଙ୍ଗଲରେ ପଥର କୋରଡରେ ଫସି ରହିଥିବା ଦେଖିଥିଲେ ଜଣେ ଗାଈ ଚରାଳି ।  ପରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ ।  ଦୋଳାରେ ରାଇକିଆ ପୋଲିସ ଏବଂ ଗ୍ରାମବାସୀ ପ୍ରାୟ ପ୍ରାୟ ୧୫ କିଲୋମିଟର ବୋହି ଇନ୍ଦ୍ରଗଡ଼ ଆଣିଥିଲେ। ପରେ ତାଙ୍କୁ ରାଇକିଆ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.