ଗେମ୍ ରେ ଲକ୍ଷାଧିକ ଟଙ୍କା ହାରିବା ପରେ ସୁନା ଦୋକାନ ଲୁଟ୍ ଯୋଜନା, ସଫ୍ଟୱେୟାର ଇଞ୍ଜିନିୟର ଗିରଫ

kalipuja

ଭୁବନେଶ୍ୱର : ଲୁଟ୍ ପୂର୍ବରୁ ପଣ୍ଡ ହେଲା ଯୋଜନା ।  ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ହରେଇଲା ପରେ ଫିଲ୍ମ ଷ୍ଟାଇଲରେ ସୁନା ଦୋକାନ ଲୁଟ୍ ପାଇଁ ଯୋଜନା ।  ନକଲି ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରି ଧରାପଡ଼ିଲେ ସଫ୍ଟୱେୟାର ଇଞ୍ଜିନିୟର ।  ଗତ ୨୮ ତାରିଖରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ସୁନା ଦୋକାନକୁ ଟାର୍ଗେଟ କରିଥିଲେ ୩ ଦୁର୍ବୃତ୍ତ ।

ମୁହଁରେ ମୁଖା, ମୁଣ୍ଡରେ ହେଲମେଟ ଏବଂ ଦେହରେ ରେନକୋଟ୍ ପିନ୍ଧି ଦିନ ପ୍ରାୟ ୧୧ଟା ବେଳେ ଦୋକାନ ଭିତରେ ପଶିଥିଲେ । ସଫ୍ଟୱେୟାର ଇଞ୍ଜିନିୟର ପ୍ରେମାନନ୍ଦ ସାମଲ। ଅସ୍ପକ ଓ ତାଙ୍କର ସହଯୋଗୀ ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରିଥିଲେ । ସେତେବେଳେ ଦୋକାନ ମାଲିକ ଉପସ୍ଥିତ ନଥିଲେ । ଅନ୍ୟପଟେ ସମସ୍ତ ସୁନା ଅଳଙ୍କାର ଲକର୍ ରେ ରଖାଯାଇଥିବାରୁ ଲୁଟେରାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

ଖାଲି ହାତରେ ଫେରିଥିଲେ ତିନି ଅଭିଯୁକ୍ତ । ଚୋରି କରିବାକୁ ଯୋଜନା କରିଥିବା ଏହି ଗ୍ୟାଙ୍ଗର କାରନାମା ସୁନା ଦୋକାନର ସିସିଟିଭିରେ କଏଦ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ, ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି।

ad-week
Leave A Reply

Your email address will not be published.