ଲାଲୁଙ୍କ ପରିବାରକୁ ବଡ଼ ଆଶ୍ୱସ୍ତି, ୯ ଜଣଙ୍କୁ ମିଳିଲା ଜାମିନ୍‌

add-all

ଆର୍‌ଜେଡି ସୁପ୍ରିମୋ ତଥା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ମିଳିଲା ବଡ଼ ଆଶ୍ୱସ୍ତି। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ପରିବାରକୁ ମିଳିଛି ଜାମିନ। ଲାଲୁ ପ୍ରସାଦ ଯାଦବ, ତେଜସ୍ୱୀ ଯାଦବ ଓ ତେଜ୍‌ ପ୍ରତାପ ଯାଦବଙ୍କ ସମେତ ୯ ଜଣଙ୍କୁ ଦିଲ୍ଲୀ ରାଉସ୍‌ ଆଭେନ୍ୟୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଚାକିରି ବଦଳରେ ଜମି ଦୁର୍ନୀତି ମାମଲରେ ଆଜି ସକାଳୁ ଲାଲୁଙ୍କ ପୂରା ପରିବାର କୋର୍ଟରେ ହାଜର ହୋଇଥିଲା। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ହେବ। ସମସ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ଏଥିସହିତ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ସେମାନଙ୍କ ପାସ୍‌ପୋର୍ଟ ଦାଖଲ କରିବାକୁ କହିଛନ୍ତି।

ବିନା ଅନୁମତିରେ କେହି ଦେଶ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସମସ୍ତଙ୍କୁ ଚାର୍ଜଶିଟର ଏକ କପି ଦେବାକୁ କୁହାଯାଇଛି। ଏହି ମାମଲାରେ ତେଜ ପ୍ରତାପ ଯାଦବ ପ୍ରଥମ ଥର ପାଇଁ କୋର୍ଟରେ ହାଜର ହୋଇଥିଲେ।

ଅଗଷ୍ଟ ୬ରେ ଅଭିଯୁକ୍ତଙ୍କ ବିରୋଧରେ ଇଡି ଏକ ସପ୍ଲିମେଣ୍ଟାରୀ ଚାର୍ଜଶିଟ ଦାଖଲ କରିଥିଲା। ଏହି ମାମଲାରେ ଇଡି ଦ୍ୱାରା ଦାଖଲ ହୋଇଥିବା ଚାର୍ଜଶିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ଥିଲା। ସେଥିମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କୋର୍ଟ ଇଡ଼ି କହିଥିଲା ଯେ ଲାଲୁଙ୍କ ବଡ଼ ପୁଅ ମଧ୍ୟ ଏହି ସ୍କାମରେ ଜଡିତ ଥିବା ଜଣାପଡିଛି। ଏଥିପାଇଁ ତାଙ୍କ ପ୍ରଥମ ଥର ହାଜର ହେବାକୁ ସମନ ଜାରି କରାଯାଇଥିଲା।

ଲାଲୁ ପ୍ରସାଦ ଯାଦବ ଚାକିରି ପାଇଁ ଜମି ଦୁର୍ନୀତି ମାମଲାର ମାଷ୍ଟର ମାଇଣ୍ଡ ବୋଲି ଇଡି ନିଜ ଚାର୍ଜଶିଟ୍‌ରେ କହିଥିଲା। ଏହି ଦୁର୍ନୀତିରେ ଜଡିତ ଥିବା ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି।

ad-week
Leave A Reply

Your email address will not be published.