ଆରଜି କର ହରର୍: CBI ଚାର୍ଜସିଟରେ ବଡ଼ ଖୁଲାସା

add-all

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଚ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇର ଚାର୍ଜସିଟରେ ବଡ଼ ଖୁଲାସା ହୋଇଛି। ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ହୋଇଥିବା ଅଭିଯୋଗ ଉପରୁ ପରଦା ହଟିଛି। ଚାର୍ଜସିଟ୍ ଅନୁସାରେ, ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇ ନାହିଁ। 

ସଞ୍ଜୟ ରୟ ହିଁ ମୁଖ୍ୟ ଅଭିଯୁକ୍ତ। ସେ ହିଁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି। ତେବେ ଦୁଇ ମାସର ତଦନ୍ତ ମଧ୍ୟରେ ଆଜି କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ ସିବିଆଇ। 

ଏହା ପୂର୍ବରୁ ସିବିଆଇ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ୨୦୦ ଜଣଙ୍କ ବିବୃତ୍ତିକୁ ଚାର୍ଜସିଟରେ ରେକର୍ଡ କରାଯାଇଛି। ଏଥିରେ ସଞ୍ଜୟ ରୟକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। 

ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଯେତିକି ଦୁଃଖଦ ନଥିଲା, ତାଠୁ ଅଧିକ ଅସନ୍ତୋଷ ସୃଷ୍ଟି କରିଥିଲା। କାର୍ଯ୍ୟାଳୟରେ ମହିଳାଙ୍କ ସୁରକ୍ଷା ଏବଂ ଦୋଷୀଙ୍କ ବେଧଡ଼କ ଅପରାଧ ପାଇଁ ସରକାରଙ୍କ ପରିଚାଳନା ପଦ୍ଧତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା ପୁଲିସ। ମାତ୍ର ଦେଶବ୍ୟାପୀ ଆନ୍ଦୋଳନ ଜୋର୍ ଧରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ କଲିକତା ହାଇକୋର୍ଟ। 

ad-week
Leave A Reply

Your email address will not be published.