ସର୍ବକାଳୀନ ରେକର୍ଡ କଲା ସୁନା ଦର

add-all

ରେକର୍ଡ କଲା ସୁନା ଦର। ସର୍ବୋଚ୍ଚ ରେକର୍ଡ ସ୍ତରରେ ସୁନାର ଦାମ। ଆଜି ସୁନାର ଦାମ ଆଉ ୨୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୭୮,୭୦୦ ଟଙ୍କାରେ ପହଞ୍ଚିଛି। ଏହା ସର୍ବକାଳୀନ ରେକର୍ଡ। ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ୧୦ ଗ୍ରାମ ପିଛା ୭୮,୪୫୦ ଟଙ୍କା ଥିଲା।

ତେବେ ରୁପାର ଦାମ ଆଜି ପ୍ରାୟ ୨୦୦ ଟଙ୍କା ଶସ୍ତା ହୋଇଛି। ଶୁକ୍ରବାର ୧ କେଜି ରୁପାର ଦାମ ୯୪,୨୦୦ ଟଙ୍କା ଥିଲା। ହେଲେ ଆଜି ଏହା ୯୪ ହଜାର ଟଙ୍କାକୁ ଖସି ଆସିଥିବା ସର୍ବଭାରତୀୟ ସରାଫା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ଏହାବାଦ ୯୯.୫% ଖାଣ୍ଟି ସୁନାର ଦାମ ମଧ୍ୟ ୨୦୦ ଟଙ୍କା ବଢ଼ି ସର୍ବକାଳୀନ ରେକର୍ଡ ଛୁଇଁଛି। ଏବେ ଏହି ସୁନା ୧୦ ଗ୍ରାମ ପ୍ରତି ୭୮,୩୦୦ ଟଙ୍କାରେ ବିକ୍ରି ହେଉଛି। ଶୁକ୍ରବାର ଏହାର ଦାମ ୭୮,୩୦୦ ଟଙ୍କା ଥିଲା।

ଘରୋଇ ମାର୍କେଟର ଷ୍ଟକଷ୍ଟିକ୍ସ ଓ ଖୁଚରା ବ୍ୟବସାୟୀମାନଙ୍କର ସୁନାର ଚାହିଦା ବଢ଼ି ଯାଇଛି। ଫଳରେ ଏହାର ଦାମ ବୃଦ୍ଧି ପାଇଥିବା କୁହାଯାଉଛି। ଏହାବାଦ ଇକ୍ୟୁଟୀ ମାର୍କେଟ ହ୍ରାସ ପାଉଥିବାରୁ ଏହାର ପ୍ରଭାବ ମଧ୍ୟ ସୁନାର ଦାମ ଉପରେ ପଡ଼ିଛି। କାରଣ ନିବେଶକାରୀମାନେ ସୁରକ୍ଷିତ ସମ୍ପଦ ସୁନା ଉପରେ ବେଶୀ ଭରସା ଦେଖାଉଛନ୍ତି।

ad-week
Leave A Reply

Your email address will not be published.