ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

add-all

ଭୁବନେଶ୍ବର: ଭାରତ ସରକାରଙ୍କ ଦ୍ବାରା ଆୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଓ ୨ ନିର୍ଦେଶକ ପୁରସ୍କାର ଗ୍ରହଣ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ଜାତୀୟ ପୁରସ୍କାର ମିଳିଥିବାବେଳେ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି। ଏହି ପୁରସ୍କାର ସହିତ ଓଡିଆ ଚଳଚ୍ଚିତ୍ର ଇତିହାସରେ ଯୋଡି ହୋଇଛି ଆଉ ଏକ ପୃଷ୍ଠା । ଓଡିଶାରେ ଥିବା ଅନେକ ଯୁବ ପ୍ରତିଭା ଓ ଯୁବ ନିର୍ଦ୍ଦେଶକଙ୍କୁ ଏହା ପ୍ରେରଣା ଦେବା ସହିତ ନୂଆ କିଛି କାମ କରିବାକୁ ମାର୍ଗ ଦେଖାଇବ ବୋଲି ଆଶା କରାଯାଉଛି।
ବଡ ପରଦାରେ ଓଡିଆ ଫିଲ୍ମ ପୂର୍ବରୁ ଆଶାନୁରୂପ ବ୍ୟବସାୟ କରିପାରୁଥିଲା। କିଛି ଭିନ୍ନ ସ୍ବାଦର ଫିଲ୍ମ ଦେଖିବାକୁ ମନ ବଳାଉଥିଲେ ଦର୍ଶକ। ଏହି ଇଚ୍ଛାକୁ ପୂରଣ କରିଥିଲା ବାବୁଶାନ ମହାନ୍ତିଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’। ନିଚ୍ଛକ ସତ୍ୟ କାହାଣୀକୁ ବଡ ପରଦାରେ ଦର୍ଶାଇଥିଲେ କାହାଣୀର ଲେଖକ ଓ ନିର୍ଦ୍ଦେଶକ ବିଶାଲ ମୋର୍ଯ୍ୟା ଓ ଦେବୀ ପ୍ରସାଦ ଲେଙ୍କା। ଏହି ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ad-week
Leave A Reply

Your email address will not be published.