ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସୁଭଦ୍ରା ଟଙ୍କା: କହିଲେ ଯାହା ପ୍ରତିଶ୍ରୁତି ଦେଉ, ପାଳନ କରୁ

add-all

ବାରିପଦା : ଆଜି ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ତେବେ ସୁଭଦ୍ରା ଟଙ୍କା ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି  ଆଜି ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ମହିଳାଙ୍କୁ ଟଙ୍କା ଦିଆଯାଇଛି।  ଆମ ସରକାର ଯାହା ପ୍ରତିଶ୍ରୁତି ଦିଏ , ତାକୁ ଅକ୍ଷରେ ଅକ୍ଷରେ ପାଳନ କରେ। ସୁଭଦ୍ରା ଯୋଜନା ଓଡିଶାର ସର୍ବ ବୃହତ୍ ଯୋଜନା। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଡବଲ ଇଞ୍ଜିନ୍ ସରକାରଙ୍କୁ ଆପଣ ସଫଳ କରିଛନ୍ତି। ଡବଲ ଇଞ୍ଜିନ୍ ସରକାରରେ ଦ୍ଵିଗୁଣ ଫାଇଦା ମିଳିବ। ଦ୍ଵିତୀୟ ପର୍ଯ୍ୟାୟରେ ଆଜି ୧୭୫୦ କୋଟିର ସୁଭଦ୍ରା ସହାୟତା ଦିଆଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ମୋଟ୍ ୩ ହଜାର କୋଟି ଟଙ୍କାର ସହାୟତା ଦିଆଯାଇଛି।

ad-week
Leave A Reply

Your email address will not be published.