ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

add-all

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ସୋର ଥାନା ଖରାସାହାପୁର ଗାଁରେ ଦୁଇ ଭଉଣୀ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ହରାଇଛନ୍ତି। ମୃତକ ଦ୍ୱୟ ହେଉଛନ୍ତି ଗାଁର ମାନସ ବେହେରାଙ୍କ ଝିଅ ରାଜଲକ୍ଷ୍ମୀ ଓ ଭାଗ୍ୟଲକ୍ଷ୍ମୀ।

ଦୁଇ ଭଉଣୀ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ଫେରି ନଥିଲେ। ପରିବାର ଲୋକେ ପୋଖରୀ ନିକଟରେ ପହଞ୍ଚିଲା ବେଳକୁ ସେମାନେ ସେଠାରେ ନଥିଲେ। ସନ୍ଦେହ ହେବାରୁ ପୋଖରୀରେ ସେମାନଙ୍କୁ ଖୋଜାଖୋଜି କରାଯାଇଥିଲା। ଆଉ ଉଭୟଙ୍କୁ ସେଠାରୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେମାନେ କେମିତି ପୋଖରୀରେ ବୁଡ଼ିଗଲେ, ତାହା ଜଣାପଡ଼ିନି।

ad-week
Leave A Reply

Your email address will not be published.