ପୂର୍ବତନ ବିଧାୟକ ଧନେଶ୍ୱର ମାଝୀଙ୍କ ପରଲୋକ

add-all

ଭୁବନେଶ୍ବର : ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ୱର ମାଝୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆଜି ସକାଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଶ୍ରୀ ମାଝୀଙ୍କୁ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଶ୍ରୀ ମାଝୀ। ଏଥିସହ ରାଜ୍ୟସଭାର ପୂର୍ବତନ ସାଂସଦ ମଧ୍ୟ ଥିଲେ। କିଛି ମାସ ତଳେ ଧନେଶ୍ୱର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଶ୍ରୀ ମାଝୀଙ୍କ ବିୟୋଗରେ ନେତା,କର୍ମୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.