ବାଂଲାଦେଶରେ କାଳୀ ମନ୍ଦିରରୁ ସୁନା ମୁକୁଟ ଚୋରି; ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି

add-all

ବାଂଲାଦେଶରେ କାଳୀ ମନ୍ଦିରରୁ ମା’ଙ୍କ ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପା ଏବଂ ସୁନାରେ ନିର୍ମିତ ଏହି ମୁକୁଟକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାନ କରିଥିଲେ। ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଯିଶୋରେଶ୍ୱରୀ କାଳୀ ମନ୍ଦିର ବାଂଲାଦେଶର ସତଖିରାରେ ଅବସ୍ଥିତ। ୨୦୨୧ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ଗସ୍ତ କରି ଥିବାବେଳେ ମାଙ୍କୁ ରୁପା ଏବଂ ସୁନାର ଚାଦରରେ ନିର୍ମିତ ମୁକୁଟ ଦାନ କରିଥିଲେ। ଗତକାଲି ଅପରାହ୍ନରେ ପୂଜକ ପୂଜା ସାରି ଯିବା ପରେ ଏହି ମୁକୁଟ ଚୋରି ହୋଇଯାଇଛି।

ବାଂଲାଦେଶୀ ଗଣମାଧ୍ୟମ ଦି ଡେଲି ଷ୍ଟାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ମାଙ୍କ ମୁକୁଟ ଚୋରି ହୋଇଥିବା ଦେଖି ସଫେଇ କର୍ମଚାରୀ ପୁଲିସକୁ ଜଣାଇଥିଲେ। ଏହା ପରେ ମନ୍ଦିର ପୁରୋହିତ ଚୋରି ହୋଇଥିବା ନେଇ ସ୍ପଷ୍ଟ କରିଥିଲେ।

ମାଙ୍କ ମୁକୁଟ ଚୋରି ହୋଇଥିବା ନେଇ ଖବର ପ୍ରାକଶ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏନେଇ ଉଦବେଗ ପ୍ରକାଶ ପାଇଛି। ଏଥିସହ ତଦନ୍ତ କରି ଚୋରି ମୁକୁଟ ଉଦ୍ଧାର କରିବା ପାଇଁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରାଯାଇଛି।  

ହିନ୍ଦୁ ପୁରାଣରେ, ଯିଶୋରେଶ୍ୱରୀ ମନ୍ଦିର ଭାରତ ତଥା ପଡୋଶୀ ଦେଶରେ ପରିବ୍ୟାପ୍ତ ୫୧ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ମା’ଙ୍କ ମୁକୁଟ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ବହନ କରେ। 

ad-week
Leave A Reply

Your email address will not be published.