ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

add-all

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି।

ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ସେଦିନ ମୟୂରଭଞ୍ଜରେ ଘରେ ରାତ୍ରିଯାପନ କରିବା ପରେ ତା ପରଦିନ ଅର୍ଥାତ ୨୪ ତାରିଖରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି।ପୁରୀ ଗୋପବନ୍ଧୁ ଆୟୁର୍ବେଦ କଲେଜ ପରିସରରେ ହୀରକ ଜୟନ୍ତୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ମୁର୍ମୁ ଯୋଗ ଦେବେ । ତେବେ ସେହିଦିନ ରାଷ୍ଟ୍ରପତିଙ୍କର ମହାପ୍ରଭୁଙ୍କ ଦର୍ଶନର ମଧ୍ୟ କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.