୪ ପୁରସ୍କାର ଘୋଷିତ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ମିଳିଛି ବଡ଼ ସଫଳତା। ନକ୍ସଲ ଦମନ ନେଇ ଚାଲିଥିବା ଅପରେସନରେ ପୁଲିସ ସଫଳତା ପାଉଥିବା ବେଳେ ଏବେ ନକ୍ସଲ ସଂଗଠନ ଧୀରେଧୀରେ ଦୁର୍ବଳ ହେଉଥିବା ବେଳେ ନକ୍ସଲମାନେ ସଂଗଠନ ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆସିଲେଣି ବୋଲି ପୁଲିସ କହିଛି। ଏହି କ୍ରମରେ ୪ ଜଣ ନକ୍ସଲ ଜିଲ୍ଲା ପୁଲିସ ଏବଂ ସିଆରପିଏଫଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ଆତ୍ମସମର୍ପଣ କରୁଥିବା କୁହାଯାଇଛି। ପ୍ଲାଟୁନ ନମ୍ବର ୪ର ସଦସ୍ୟ ମିଡିୟମ ଭୀମା(୨୪), ସୋଡି ମୁନ୍ନା(୨୯), ସିଏନଏମ ସଦସ୍ୟ ମୁଚାକି ଦେବା(୨୯) ଏବଂ ସୁଲା ମୁଚାକୀ(୩୩)। ଏମାନଙ୍କ ବିରୋଧରେ ବହୁ ହିଂସା ମାମଲା ରହିଥିବା ପୁଲିସ କହିଛି।

ପୁଲିସ ଉପରେ ଆକ୍ରମଣ କରିବା, ଜଂଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସ୍ପାଇକ ହଲ ନିର୍ମାଣ କରିବା, ଲ୍ୟାଣ୍ଡମାଇନ ଖଞ୍ଜିବା, ମୁଖ୍ୟରାସ୍ତାକୁ ଖୋଳିବା, ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ଭୟଭିତ କରାଇବା ଭଳି କେଶ ରହିଛି।
ତେବେ ପୁଲିସ ତରଫରୁ ଏମାନଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରିବା ସହ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ଅନୁଯାୟୀ ଏମାନଙ୍କୁ ଥଇଥାନ କରାଯିବ ବୋଲି କୁହାଯାଇଛି।

ad-week
Leave A Reply

Your email address will not be published.