ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ

add-all

ସେନାରୁ ଆସିଛି ଦୁଃଖଦ ଖବର। ଅଭ୍ୟାସ ବେଳେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଛି। ଗୁଳି ଚଳାଇବା ପାଇଁ ଅଭ୍ୟାସ ବେଳେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁସାରେ, ଆଜି ମହାରାଷ୍ଟ୍ରର ନାଶିକର ଆର୍ଟିଲେରୀ ସେଣ୍ଟରରେ ଅଗ୍ନିବୀରଙ୍କ ଅଭ୍ୟାସ ଚାଲିଥିଲା। କିପରି ଗୁଳିଚାଳନା କରିବେ ସେନେଇ ତାମିଲ ଦିଆଯାଉଥିଲା। ଅଗ୍ନିବୀରମାନେ ଇଣ୍ଡିଆନ ଫିଲ୍ଡ ବନ୍ଧୁକରୁ ଅଭ୍ୟାସ କରୁଥିଲେ।

ଏହି ସମୟରେ ବନ୍ଧୁକର ଏକ ସେଲ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଗୋହିଲ ବିଶ୍ୱରାଜ ସିଂହ (୨୦) ଏବଂ ସୈଫତ ଶିତ (୨୧) ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ମୃତ ଘୋଷଣା କରାଯାଇଛି। 

ହବିଲଦାର ଅଜିତ କୁମାରଙ୍କ ଅଭିଯୋଗକୁ ଭିତ୍ତି କରି ଦେଓଲାଲୀ କ୍ୟାମ୍ପ ପୁଲିସ ଏକ ଆକସ୍ମିକ ମୃତ୍ୟୁ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି। 

ad-week
Leave A Reply

Your email address will not be published.