‘ବିଜୟର ଶ୍ରେୟ ନେଉଥିଲେ,ଏବେ ପରାଜୟ ପାଇଁ ଦାୟିତ୍ୱ ନିଅନ୍ତୁ ନବୀନ’

add-all

ଭୁବନେଶ୍ବର : ଆଗରୁ ପ୍ରତ୍ୟେକ ନିର୍ବାଚନରେ ଦଳର ବିଜୟ ହେବା ପରେ ଶ୍ରେୟ ନେଉଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୦୨୪ ସାଧାରଣ ନିର୍ବାଚନରେ ଦଳ ହାରିଛି। ଦଳ କାହିଁକି ନିର୍ବାଚନ ହାରିଲା ତାହାର ଦାୟିତ୍ୱ ନିଅନ୍ତୁ ନବୀନ। ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲାନ୍ତୁ। ଏଭଳି ଢଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ କଟାକ୍ଷ କରିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ। ଅମର ଦେଇଥିବା ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ।
ଅମର କହିଛନ୍ତି, ଆମେ ନବୀନ ପଟ୍ଟନାୟକଙ୍କୁ ନେତା ବାଛିଥିଲୁ। ଆଶା କରିଥିଲୁ ସବୁ ଦାୟିତ୍ୱ ସେ ନେବେ। ବିଜୟର ଶ୍ରେୟ ଯେମିତି ନେଉଥିଲେ, ପରାଜୟର ବି ଦାୟିତ୍ୱ ନବୀନ ପଟ୍ଟନାୟକ ନେବା ଆବଶ୍ୟକ। ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲାଇଲେ ହିଁ ଦଳ ଚାଲିବ।
ସେହିପରି ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଅମର। କହିଛନ୍ତି, ପାଣ୍ଡିଆନଙ୍କୁ ଆମେ ନେତା କରିନଥିଲୁ। ଆମେ ନବୀନ ବାବୁଙ୍କୁ ହିଁ ନେତା ବାଛିଥିଲୁ। ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ଭୋଟ୍ ଦେଇଥିଲେ। ବିଜେଡି ସୁପ୍ରିମୋ ଜବାବ ଦେବେ ଦଳ କାହିଁକି ହାରିଲା, ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଲା?
ସେହିପରି ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କରି ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, ଅମର ଶତପଥୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ କଥା। ଜଣେ ଅନୁଭବି ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି। ଯାହା କହୁଛନ୍ତି ଠିକ୍ ମଧ୍ୟ କହୁଛନ୍ତି। କିନ୍ତୁ ସଭାପତି ଜିଲ୍ଲା ୱାରି ସମୀକ୍ଷା କରିଛନ୍ତି। ବିଭିନ୍ନ ନେତାମାନଙ୍କୁ ନେଇ କମିଟି ଗଠନ କରାଯାଇ ବୈଠକ ମଧ୍ୟ ହେଉଛି।

ad-week
Leave A Reply

Your email address will not be published.