ଫୁଡ୍ ଷ୍ଟଲରେ ଚଢ଼ାଉ କଲା ବିଏମସି; ନଷ୍ଟକଲା ବାସି ଖାଦ୍ୟ

add-all

ଭୁବନେଶ୍ବର : ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ପଡ଼ିଥିବା ଖାଦ୍ୟ ଷ୍ଟଲ ଉପରେ ବିଏମସି ପକ୍ଷରୁ ଆଜି ଚଢାଉ କରାଯାଇଛି। ବାସି, ଅପମିଶ୍ରିତ ରଙ୍ଗ, ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରିଛି ବିଏମସି ଟିମ୍।
ରଗୁଲଗଡ, ନୟାପଲ୍ଲୀ ସମେତ ବରମୁଣ୍ଡା ପୂଜା ମଣ୍ଡପରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଇଛି । ବିପୁଳ ପରିମାଣର ବାସି ଓ ରଙ୍ଗ ମିଶା ଖାଦ୍ୟ ନଷ୍ଟ କରିଛି ଟିମ୍।
ପୂଜାମଣ୍ଡପ ପରିସରରେ ପଡ଼ିଥିବା ମୀନା ବଜାରରେ ବାସି ଖାଦ୍ୟ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ପରେ ଆଜି ବିଏମସି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ପୂଜା ପେଣ୍ଡାଲ ପରିସରରେ ଥିବା ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରାଯାଇଥିଲା।
ଜଣେ ବିଏମସି ଅଧିକାରୀ କହିଛନ୍ତି, ପ୍ରଶାସନର ନିର୍ଦ୍ଦେଶ କ୍ରମେ ଯାଞ୍ଚ କରାଯାଇଛି। ଲୋକେ ପୂଜା ବୁଲି କିପରି ଭଲ ଖାଦ୍ୟ ଖାଇବେ ଏହା ବିଏମସି ଉଦ୍ଦେଶ୍ୟ ରହିଛି। ଆଜି ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇ ବାସି, ଅପମିଶ୍ରିତ ରଙ୍ଗ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଖାଦ୍ୟକୁ ନଷ୍ଟ କରି ଦିଆଯାଇଛି। ଯଦି ସେମାନେ ପୁଣି ଏପରି ଖାଦ୍ୟ ଲୋକମାନଙ୍କୁ ଦେବେ ତାଙ୍କ ବିରୋଧରେ ଆକ୍ସନ ନିଆଯିବ ଏଥିସହ ଜୋରିମାନା କରାଯିବ।

ad-week
Leave A Reply

Your email address will not be published.