କାଲି ମହାନଦୀରେ ବୁଡ଼ିଯାଇଥିଲେ ୨ ଛାତ୍ର; ଆଜି ମିଳିଲା ମୃତଦେହ

add-all

ସମ୍ବଲପୁର : ଗତକାଲି ମହାନଦୀରେ ଗାଧୋଇଲା ବେଳେ ବୁଡ଼ିଯାଇଥିବା ଦୁଇ ନବମ ଶ୍ରେଣୀ ଛାତ୍ରଙ୍କ ମୃତଦେହ କରାଯାଇଛି। ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତକ ଛାତ୍ର ଦ୍ୱୟ ହେଲେ କନିଷ୍କ ଓ ହିମାଂଶୁ।
ଗତକାଲି ୨ ଛାତ୍ର ସଡ଼କ ଘାଟରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଛାତ୍ର ୨ଜଣ ଭାସି ଯାଉଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଛାତ୍ରଙ୍କୁ ବହୁତ ଖୋଜାଖୋଜି କରିଥିଲେ,ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚଅପରେସନ ଚାଲିଥିଲେ ମଧ୍ୟ ସେମାନଙ୍କର ପତ୍ତା ମିଳିନଥିଲା।
ଆଜି ସକାଳେ ଅଗ୍ନିଶମ ବାହିନୀ ସହ ଝାରସୁଗୁଡ଼ାରୁ ଆସିଥିବା ଓଡ୍ରାଫ୍ଟ ଟିମ ପହଞ୍ଚି ୨ ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ। ସମଲେଶ୍ୱରୀ ଘାଟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ad-week
Leave A Reply

Your email address will not be published.