ପରିବା ମାର୍କେଟରେ ନିଆଁ , ଜଳିଗଲା ୧୫ ଦୋକାନ

add-all

ଗଞ୍ଜାମ: ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୧୫ରୁ ଅଧିକ ଦୋକାନ। ଗଞ୍ଜାମ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ନିଆଁ ଲାଗି ୧୫ ଦୋକାନ ଜଳିଯାଇଛି। ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ କେଉଁ କାରଣ ପାଇଁ ନିଆଁ ଲାଗିଛି ତାହାର କାରଣ ଅସ୍ପଷ୍ଟ ରହିଛି। ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ଥିତି ସୁଧାର ଥିବା ସୂଚନା ମିଳିଛି।

ତେବେ ଗତକାଲି ରାତି ପ୍ରାୟ ୨ଟା ସମୟରେ ଆସିକା ଲକ୍ଷ୍ମୀ ବଜାର ପରିବା ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିବା ବେଳେ ପାଖାପାଖି ଲକ୍ଷାଧିକ ଟଙ୍କାର ପନିପରିବା ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ହେଁ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ ଅଗ୍ନିଶମ କର୍ମଚାରି ପହଞ୍ଚିଲା ବେଳକୁ ସବୁ ଛାରଖାର ହୋଇଯାଇଥିଲା ।

ad-week
Leave A Reply

Your email address will not be published.