ଭାଇ-ଭାଇ ଭିତରେ ପାଟିତୁଣ୍ଡ, ଫୁଟିଲା ଗୁଳି

add-all

ସାମାନ୍ୟ କଥାରୁ ଦୁଇ ଭାଇଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଆଉ ସେହି ପାଟିତୁଣ୍ଡରୁ ଫୁଟିଥିଲା ଗୁଳି। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଶନିବାର ସକାଳରେ ଟାଙ୍ଗୀ ଥାନା ଦିକ୍ଷିତପଡା ଗାଁର ରବି ନାୟକ ଓ ତାଙ୍କ ସାନ ଭାଇ ଶିବ ନାୟକଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଏଥିରେ ରାଗି ଯାଇଥିଲେ ଶିବ ନାୟକ। ଆଉ ଉତ୍‌କ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ନିଜ ବଡ଼ ଭାଇ ରବି ନାୟକଙ୍କ ଉପରକୁ ଗୁଳି କରିଥିଲେ ଶିବ। ହେଲେ ଅଳ୍ପକେ ବର୍ତ୍ତି ଯାଇଥିଲେ ରବି। ଗୁଳିଟି ରବିଙ୍କ ଦେହରେ ନବାଜି କାନ୍ଥରେ ବାଜିଥିଲା।

ଦୁଇ ଭାଇଙ୍କ ଗଣ୍ଡଗୋଳରୁ ଗୁଳି ଫୁଟିବା ଘଟଣା ପ୍ରଘଟ ହେବା ପରେ ଟାଙ୍ଗୀ ଥାନା ପୁଲିସ ଦିକ୍ଷିଉପଡା ଗାଁରେ ପହଞ୍ଚି ଥିଲା। ଦୁଇ ଭାଇଙ୍କୁ ଗିରଫ କରିବା ସହିତ ବେଆଇନ୍‌ ଭାବେ ଘରେ ରଖିଥିବା ଦେଶୀ ବନ୍ଧୁକ ଜବତ କରିଛି।

ad-week
Leave A Reply

Your email address will not be published.