ଶେଖ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ କୋର୍ଟ

add-all

ଢାକା : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ବାଂଲାଦେଶର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଏପରି ୱାରେଣ୍ଟ ଜାରି କରିଛନ୍ତି।
ଛାତ୍ର ଆନ୍ଦୋଳନ ଯୋଗୁ ଅଗଷ୍ଟ ମାସରେ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଥିଲେ। ଏବେ ସେ ଅଜ୍ଞାତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେ ଭାରତରେ ଥିବା ବେଳେ ତାଙ୍କ ନାଁରେ ଏକାଧିକ ମାମଲା ବାଂଲାଦେଶରେ ରୁଜୁ କରାଯାଇଥିଲା। ଏବେ କୋର୍ଟ ତାଙ୍କୁ ନଭେମ୍ବର ୧୮ ସୁଦ୍ଧା ଗିରଫ କରି ହାଜର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୭୭ ବର୍ଷୀୟ ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରୁଥିବା ବେଳେ ମାନବାଧିକାରର ଉଲ୍ଲଙ୍ଘନ କରି ଚାଲିଥିଲା। ତାଙ୍କ ଶାସନ ସମୟରେ ବିରୋଧୀଙ୍କୁ ଦମନ କରାଯିବା ସହ ସେମାନଙ୍କ ହତ୍ୟା କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ଜୁଲାଇରୁ ଅଗଷ୍ଟ ମଧ୍ୟରେ ସେ ଏକାଧିକ ନରସଂହାର କରିଥିବା ସେଠାକାର ଆଭ୍ୟନ୍ତରୀଣ ସରକାର କହିଛନ୍ତି।
ବାଂଲାଦେଶ ଛାଡ଼ିବା ପରେ ଶେଖ ହସିନାଙ୍କୁ ଶେଷଥର ପାଇଁ ନୂଆଦିଲ୍ଲୀ ସ୍ଥିତ ମିଲାଟାରୀ ଏୟାରବେସ ନିକଟରେ ଦେଖିବାକୁ ମିଳିଥିଲା। ଭାରତରେ ତାଙ୍କ ଉପସ୍ଥିତି ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିଛି। ବାଂଲାଦେଶର ଅନ୍ତରୀଣ ସରକାର ହସିନାଙ୍କ କୂଟନୀତିକ ପାସପୋର୍ଟକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।

ad-week
Leave A Reply

Your email address will not be published.