‘କଂଗ୍ରେସ ନୁହେଁ, ବିଜେପିରେ ମିଶିବ ବିଜେଡି’

add-all

ଭୁବନେଶ୍ବର : ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେହି ଦଳ ଭାଙ୍ଗିଯିବ। କଂଗ୍ରେସ ନୁହେଁ, ବିଜେପିରେ ମିଶିବ ବିଜେଡି। ଆଜି ଏମିତି ଚାଞ୍ଚଲ୍ୟକର ବୟାନ୍‌ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ନାଏକ କହିଛନ୍ତି, ବିଜେଡି ଆଉ ବେଶୀ ଦିନ ରହିବ ନାହିଁ। ସେହି ଦଳ ଭାଙ୍ଗିଯିବ। ଅଭିଜ୍ଞ ଅମର ଶତପଥୀଙ୍କ ବୟାନ ଦେଖିଲେ ବିଜେଡିରେ ଆଉ କିଛି ନାହିଁ। ଲୋକ ଅନୁଭବ କରି ବିଜେପିକୁ ସରକାରକୁ ଆଣିଛନ୍ତି। ସେ ଦଳ ରହିବ ନାହିଁ, ଏହା ସ୍ପଷ୍ଟ ଜଣାପଡ଼ି ଯାଉଛି। ସେ ଦଳ ଭାରତୀୟ ଜନତା ପାର୍ଟିରେ ମିଶିବ। କଂଗ୍ରେସ ସହିତ ନୁହେଁ, ବିଜେପିର ସେ ଦଳ ମିଶିବ। ଯିଏ ଆମ ଦଳକୁ ଆସିବ, ଆମେ ଗ୍ରହଣ କରିବୁ ବୋଲି ରବି ନାଏକ କହିଛନ୍ତି।
ସମସ୍ତଙ୍କୁ କ’ଣ ଗ୍ରହଣ କରିବେ ପ୍ରଶ୍ନରେ ରବୀ ନାଏକ କହିଛନ୍ତି, ଆମେ ରାଷ୍ଟ୍ରବାଦୀ ଲୋକ। ଆମେ ସର୍ବଂସହା ଧରିତ୍ରୀ। ଆମେ ସମସ୍ତଙ୍କୁ ଗ୍ରହଣ କରିପାରୁ। ଭାରତୀୟ ସଂସ୍କୃତି ସମସ୍ତଙ୍କୁ ଗ୍ରହଣ କରିଛି। ଆମେ ମଧ୍ୟ ସେହି ସଂସ୍କୃତି ସମ୍ପନ୍ନ ରାଜନୈତିକ ଦଳ। ସେହି ଦୃଷ୍ଟିରୁ ଯିଏ ଆସିବ ତାକୁ ଗ୍ରହଣ କରିବୁ। କିନ୍ତୁ ସେ ଦଳ ବେଶୀ ଦିନ ରହିବ ନାହିଁ ବୋଲି ଶ୍ରୀ ନାଏକ କହିଥିଲେ।

ad-week
Leave A Reply

Your email address will not be published.