ପୁଣି ଭାରତୀୟ ବିମାନକୁ ବୋମା ଧମକ; ଜର୍ମାନୀରେ ଜରୁରୀ ଅବତରଣ

add-all

ଭୁବନେଶ୍ୱର : ଭାରତୀୟ ବିମାନକୁ ପୁଣି ମିଳିଛି ବୋମା ଧମକ। ଗୋଟିଏ ଦିନରେ ୩୨ଟି ବିମାନକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି। ଏହାପରେ ଗୋଟିଏ ବିମାନର ଦିଗ ପରିବର୍ତ୍ତନ କରାଯାଇ ଜରୁରୀ ଅବତରଣ କରାଯାଇଛି। ଅନ୍ୟ ସମସ୍ତ ବିମାନଗୁଡିକୁ ଗନ୍ତବ୍ୟସ୍ଥଳରେ ଅବତରଣ କରାଯିବା ପରେ ଯାଞ୍ଚ କରାଯାଇଛି। 

ସୂଚନା ଅନୁସାରେ, ଭାରତର ୩୨ଟି ବିମାନକୁ ବୋମା ଧମକ ମିଳିଛି। ଫଳରେ ଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାଉଥିବା UK-17 ଭିସ୍ତାରା ବିମାନକୁ ଜର୍ମାନୀର ଫ୍ରାଙ୍କଫର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଅବତରଣ ପରେ ଯାଞ୍ଚ କରାଯାଇଛି। ଏହାପରେ ଲଣ୍ଡନକୁ ଉଡାଣ ଭରିଛି ବିମାନ। 

ସେହିପରି ଅନ୍ୟ ସମସ୍ୟ ବିମାନର କୌଣସି ଦିଗ ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ବିମାନ ଗନ୍ତବ୍ୟସ୍ତଳରେ ଅବତରଣ କରିଛନ୍ତି। ଏହାପରେ ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ସେପରି କୌଣସି ବୋମା ସାମଗ୍ରୀ ମିଳିନାହିଁ। କେହି ଜାଣିଶୁଣି ମିଛ ଧମକ ଦେଇଥିବା ଜଣାପଡ଼ିଛି।

ଲଗାତାର ଭାବେ ଏପରି ଘଟଣା ଘଟିଚାଲିଛି। ଫଳରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟର ଚିନ୍ତା ବଢିଛ। ଏହାକୁ ନେଇ ଉଚ୍ଚସ୍ତରୀୟ ବୈଠକ ବସିବା ସହ ତଦନ୍ତ ମଧ୍ୟ ଚାଲିଛି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାୟିଡୁ।

ad-week
Leave A Reply

Your email address will not be published.