ନିଜ ଦେହରେ ନିଆଁ ଲଗାଇଲେ ମହିଳା, ବଞ୍ଚାଇବାକୁ ଯାଇ ସ୍ବାମୀ ଆହତ

add-all

ବାଲେଶ୍ୱର: ବାଲେଶ୍ୱରର ସୋରୋ ବ୍ଲକ ଅନ୍ତର୍ଗତ ଆଡିଆ ଗ୍ରାମରେ ପାରିବାରିକ କଳହକୁ ନେଇ ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି।

ମହିଳା ଜଣକ ଭାନୁମତି ମହାରାଣା ବୋଲି ଜଣାପଡିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ଶଶିକାନ୍ତ ମହାରାଣା ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସୂଚନାନୁସାରେ, ଏହି ଦମ୍ପତିଙ୍କ ମଧ୍ଯରେ ପାରିବାରିକ କଳହକୁ ନେଇ ବିବାଦ ଲାଗି ରହିଥିଲା ଏବଂ ଆଜି ସକାଳେ ଝଗଡା ଉଗ୍ରରୁପ ନେଇଥିଲା। ଫଳରେ ଭାନୁମତି ରାଗିଯାଇ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

ପରେ ଉଭୟଙ୍କୁ ପରିବାର ସଦସ୍ୟ ଉଦ୍ଧାର କରି ସୋରୋ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଭାନୁମତିଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.