ସିନ୍ଦେ ସେନାର ପ୍ରଚାର ମୁଖିଆ ହେଲେ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ

add-all

ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଅଭିଯୁକ୍ତ ତଥା ଜାମିନରେ ଜେଲରୁ ବାହାରିଥିବା ଶ୍ରୀକାନ୍ତ ପଙ୍ଗାରକରଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ଜଣେ ହତ୍ୟା ଅଭିଯୁକ୍ତ ହୋଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ପ୍ରଚାର ଦାୟିତ୍ୱର ନେତୃତ୍ୱ ନେବେ। ମହାରାଷ୍ଟ୍ରର ଜଲନା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସିନ୍ଦେ ସେନା କେମିତି ପ୍ରଚାର କରିବ, ସେକଥା ଶ୍ରୀକାନ୍ତ ବୁଝିବେ।

ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଅର୍ଜୁନ ଖୋଟକର କହିଛନ୍ତି, “ଶ୍ରୀକାନ୍ତ ସବୁବେଳେ ଶିବସେନାର ଅଂଶବିଶେଷ ହୋଇ ରହିଥିଲେ। ସେ କେବେ ହେଲେ ଦଳ ଛାଡ଼ି ନାହାନ୍ତି। ତାଙ୍କୁ ଏବେ ଆମେ ନୂଆ ଦାୟିତ୍ୱ ଦେଉଛୁ।”

ନାଲାସୋପାରା ବନ୍ଧୁକ ଚୋରାଚାଲାଣର ମାମଲାର ମଧ୍ୟ ଶ୍ରୀକାନ୍ତ ଜଣେ ଅଭିଯୁକ୍ତ। ସେ ଏ ବିଷୟରେ କହିଛନ୍ତି, “ମୁଁ ସବୁବେଳେ ଶିବସେନାର ଅଂଶ ବିଶେଷ ହୋଇ ରହିଥିଲି ଓ ରହିଛି। ୧୯୯୯ରେ ମୁଁ ଜଣେ ଶଖା ପ୍ରମୁଖ ଭାବେ ଦଳରେ ସାମିଲ ହୋଇଥିଲି। ଏହାପରେ ବିଭାଗ ପ୍ରମୁଖ ହୋଇଥିଲି। ୨୦୦୧ରେ ମୁଁ ଜଲନାରେ ପୌର ନିର୍ବାଚନ ସଫଳତାର ସହ ଲଢ଼ିଥିଲି।

୨୦୦୬ରେ ମୁଁ ଦ୍ୱିତୀୟ ଥର ପାଇଁ କର୍ପୋରେଟର ହୋଇଥିଲି। ୨୦୧୧ ଯାଏ ମୁଁ ଏହି ପଦରେ ଥିଲି। ମୋ ନାଁରେ ଦୁଇଟି ମାମଲା ରହିଛି। ଗୋଟିଏ ଗୌରୀ ଲଙ୍କେଶ ହତ୍ୟା କାଣ୍ତ ଓ ଆଉ ଗୋଟିଏ ନାଲାସୋପାରା ଚୋରା ବନ୍ଧୁକ ଚାଲାଣ ଘଟଣା। କୌଣସି ମାମଲାରେ ମୁଁ ଦୋଷୀ ସାବ୍ୟସ୍ତ ହୋଇନି। ମୋତେ ଜାମିନ ମିଳିଛି।”

ତାଙ୍କ କହିବା କଥା ଯେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନ ବେଳେ ସେ ଶିବସେନାର ସମାନ ଦାୟିତ୍ୱରେ ରହିଥିଲେ। ୨୦୧୯ରେ ଜେଲରେ ଥିବାରୁ ତାଙ୍କୁ କୌଣସି ଦାୟିତ୍ୱ ମିଳି ନଥିଲା। ଏବେ ସେ ଜାମିନରେ ଥିବାରୁ ତାଙ୍କୁ ଦଳ ଜଲନା ଦାୟିତ୍ୱ ଦେଇଛି।

୨୦୧୭ ସେପ୍ଟେମ୍ବର ୫ରେ ଲଙ୍କେଶଙ୍କୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। କର୍ଣ୍ଣାଟକା ପୁଲିସ୍‌ ମହାରାଷ୍ଟ୍ରର ତଦନ୍ତକାରୀ ସଂସ୍ଥା ମିଶି ଯାଞ୍ଚ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଥିଲା। ୨୦୧୮ ଅଗଷ୍ଟରେ ଶ୍ରୀକାନ୍ତ ମଧ୍ୟ ଗିରଫ ହୋଇଥିଲେ।

ad-week
Leave A Reply

Your email address will not be published.