ବାତ୍ୟା ଆଳରେ ବଜାର ରେ ସମସ୍ତ ସାମଗ୍ରୀର ଦର ବୃଦ୍ଧି…!

ପ୍ରଶାସନ ନୀରବ ଦ୍ରଷ୍ଟା…!!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁରୁ ସହର ସବୁଠି ବାତ୍ୟା ର ଆଳରେ ବିଭିନ୍ନ ସାମଗ୍ରୀ ର ଦର ବହୁ ମାତ୍ରା ରେ ବିକ୍ରି ହେଇଛି। କେବଳ ଘନ ଘନ ବୈଠକ ରାଜଧାନୀ ରେ ବସୁଥିଲେ ବି ଦର ଦାମ ବୃଦ୍ଧି ରେ ସୁଧାର ଆସିନାହିଁ। ବାତ୍ୟା ଭୟରେ ଲୋକେ ଆଳୁ, ପିଆଜ, ପରିବା ସହ ଅଟା, ସୁଜି କ୍ରୟ କରିବା ପାଇଁ ବଜାର ମୁହାଁ ହୋଇଛନ୍ତି। ଏହାର ସୁଯୋଗ ନେଇ ଅଧିକାଂଶ ବ୍ୟବସାୟୀ ବିଭିନ୍ନ ସାମଗ୍ରୀ ର ଦର ବୃଦ୍ଧି କରିଛନ୍ତି। ବଜାର ରେ ଏବେ କେତେକ ସ୍ଥାନରେ ଆଳୁ ଉଭାନ ହୋଇଯାଇଛି। ଯୋଗାଣ ମନ୍ତ୍ରୀ ଦର ବୃଦ୍ଧିକୁ ନିୟନ୍ତ୍ରଣ କରି ପାରୁନଥିବା ଯୋଗୁଁ ସାଧାରଣ ଜନତା ଏହାର ଶିକାର ହେଉଥିବା ଆଲୋଚନା ହେଉଛି। ନୂତନ ସରକାର ଆସିବା ପର ଠାରୁ ଆଳୁ ଦରରେ ସୁଧାର ଆସୁନି ଓ ସରକାର ବିଭିନ୍ନ ମହଲ ରେ ରୋଷର ଶିକାର ହେଉଥିବା ଦେଖିବାକୁ ମିଳିଛି। ବିଭିନ୍ନ ପନି ପରିବା କାର୍ତ୍ତିକ ମାସ ଆରମ୍ଭ ରୁ ହୁଁ ହୁଁ ହୋଇ ବଢି ଚାଲିଛି। ଏବେ ବାତ୍ୟା ଆଉ ଟିକେ ସାଧାରଣ ଜନତାଙ୍କ ପାଇଁ ଦୁଃଖ ଆଣିଛି। ଏବେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଏପଟେ ସରକାର ନାକେଦମ ସେପଟେ ଗରିବ ଗୁରୁବା ସାଧାରଣ ଜନତାଙ୍କ ଅବସ୍ଥା ବେହାଲ ହୋଇ ଯାଇଛି।

ad-week
Leave A Reply

Your email address will not be published.