ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଡିସେମ୍ବର ୧୩ରୁ ୧୫ ତିନିଦିନ ବ୍ୟାପୀ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ। ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ମାଲ୍ୟବନ୍ତ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଆଶିଷ ଈଶ୍ୱର ପାଟିଲ ଅଧ୍ୟକ୍ଷତା କରିଥିବା ବେଳେ ମାଲକାନଗିରି ବିଧାୟକ, ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସମାରୀ ତାଙ୍ଗୁଲ, ଉପାଧ୍ୟକ୍ଷ, ପତିତ ପାବନ ବୈଦ୍ୟ,ବନଖଣ୍ଡ ଅଧିକାରୀ, ପ୍ରତାପ କଟ୍ଟାପଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ,ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ସାଂସଦ ପ୍ରତିନିଧି ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ। ପାରମ୍ପରିକ ଲୋକ କଳା ଓ ଲୋକ ନୃତ୍ୟ, ପାରମ୍ପରିକ ଜନଜାତି ଭାଷା ସଂସ୍କୃତି ପରମ୍ପରାକୁ ବଜାୟ ରଖି ଏହି ମହୋତ୍ସବକୁ ପାଳନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଛନ୍ତି। ଏହି ମହୋତ୍ସବକୁ ଆଡମ୍ବର ଓ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଡିସେମ୍ବର ୨,୩ ଓ ୪ ରେ ବ୍ଲକ ସ୍ତରୀୟ ମହୋତ୍ସବ ପାଳନ ନିମନ୍ତେ ଏଠାରେ ନିଷ୍ପତ୍ତି ନିଆଯାଇଛି। ସାତଟି ବ୍ଲକ ମଧ୍ୟରୁ ଯେଉଁ ବ୍ଲକ୍ ସର୍ବଶ୍ରେଷ୍ଠ ବ୍ଲକ ସ୍ତରୀୟ ଉତ୍ସବ ଆୟୋଜନ କରିବେ ଉକ୍ତ ବ୍ଲକକୁ ଜିଲ୍ଲାସ୍ତରୀୟ ମୁଖ୍ୟ ଉତ୍ସବରେ ସମ୍ମାନୀତ କରାଯିବ। ସେହିପରି ବ୍ଲକ ସ୍ତରର ସର୍ଵଶ୍ରେଷ୍ଠ ଲୋକ ନୃତ୍ୟ ଦଳକୁ ମଧ୍ଯ ଜିଲ୍ଲା ସ୍ତରୟୀ ଉତ୍ସବରେ ପରିବେଷଣ ପାଇଁ ସୁଯୋଗ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ସଂସ୍କୃତି ଭବନ ଠାରେ ଦୁଇ ଦିନ ଧରି ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସ୍କୁଲ ଛାତ୍ରଛାତ୍ରୀ ଓ ମାଆ ମାନଙ୍କ ପାଇଁ ମଧ୍ଯ ପ୍ରତିଯୋଗିତା ଆୟୋଜନ କରାଯିବ। ପୂର୍ବ ବର୍ଷ ଭଳି ମିନି ମାରାଥନ, ନୌକା ଚାଳନା ଓ ପଥ ଉତ୍ସବ ଆୟୋଜନ ହେବ। ଡିସେମ୍ବର ୧୬ ଓ ୧୭ ପର୍ଯ୍ୟନ୍ତ ଓରମାସ ଦ୍ବାରା ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ ପଲ୍ଲୀଶ୍ରୀ ମେଳାରେ ସ୍ଥାନୀୟ କଳାକାର ମାନେ ନୃତ୍ୟଗୀତ ପରିବେଷଣ କରିବେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଡିଓ ତଥା ଇଓ ଶ୍ରୀ ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ, ସନ୍ତ୍ରାସ ନାରାୟଣ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ପିଏ ଆଇଟିଡିଏ, ଜୟଶ୍ରୀ, ପିଏମ୍, ମାନସ ମିଶ୍ରଙ୍କ ସମେତ ସମସ୍ତ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ବିଡିଓ, ତହସିଲଦାର ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.