‘ସୁଭଦ୍ରା’ ଯୋଜନାରେ ସଂଶୋଧନ ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି

add-all

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍‌ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯାଇଛି। ‘ସୁଭଦ୍ରା’ ଯୋଜନାରେ ସଂଶୋଧନ ସହ  ରାଜ୍ୟ କ୍ୟାବିନେଟ୍‌ରେ ୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। କ୍ୟାବିନେଟ ବୈଠକକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ଏହି ସମ୍ପର୍କରେ ପ୍ରତିକ୍ରିୟା‌ ଦେଇଛନ୍ତି।  ଶ୍ରୀ ଆହୁଜା କହିଛନ୍ତି,  ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ପଞ୍ଜୀକରଣ ହୋଇଛି। ୬୦ ଲକ୍ଷରୁ ଅଧିକ ହିତାଧିକାରୀ ଟଙ୍କା ପାଇ ସାରିଲେଣି ଏବଂ ୨ ଲକ୍ଷ ୭୦ ଆବେଦନ ନାକଚ ହୋଇଛି। କେଉଁ କାରଣରୁ ସେହି ଆବେଦନ ଗୁଡିକ ନାକଚ ହୋଇଛି, ସେଗୁଡ଼ିକୁ ଯାଞ୍ଚ କରାଯିବ ବୋଲି ଆହୁଜା କହିଛନ୍ତି।

ସେହିପରି, ରାଜ୍ୟ ସରକାରଙ୍କ ଜିଏସ୍‌ଟି ଆଇନ୍‌ରେ ୩୪ଟି ବିଷୟରେ ସଂଶୋଧନ କରାଯାଇଛି। ଅନ୍ୟପକ୍ଷରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବା ସହ ୪ ହଜାରରୁ ଊର୍ଦ୍ଧ୍ବ ଧାନ କ୍ରୟ କେନ୍ଦ୍ର ଖୋଲାଯିବା ନେଇ କ୍ୟାବିନେଟରେ ଅନୁମୋଦନ ହୋଇଛି । ପ୍ରତି ମଣ୍ଡିରେ ଜଣେ ଜଣେ ଅଫିସର ରହିବେ ଓ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ଟଙ୍କା ମିଳିବ। ଅନ୍ୟପକ୍ଷରେ ବିମାନ ସଂଯୋଗ ପାଇଁ ଉଡାଣ ଯୋଜନା ଏବଂ ଓଡ଼ିଶା ସରକାରଙ୍କ ଯୋଜନା ମାଧ୍ୟମରେ ବିଭିନ୍ନ ନୂଆନୂଆ ସ୍ଥାନକୁ ଯୋଡିବା ପାଇଁ ରିହାତି ନୀତି ମଧ୍ୟ ଅନୁମୋଦନ ହୋଇଛି।

ad-week
Leave A Reply

Your email address will not be published.