ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା

add-all

କେନ୍ଦ୍ରାପଡା: ବାତ୍ୟା ‘ଦାନା’ ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୁଧବାର ଠାରୁ କେନ୍ଦ୍ରାପଡା ଜିଲ୍ଲାରେ ଅବସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ତିନି ଦିନ ଧରି ବନ୍ଦ ରହିବ। ସେଥିପାଇଁ ପର୍ଯ୍ୟଟକମାନଙ୍କୁ ସନ୍ଧ୍ୟା ସୁଦ୍ଧା ଚାଲିଯିବାକୁ କୁହାଯାଇଛି।

ଅକ୍ଟୋବର ୨୩ରୁ ୨୫ ତାରିଖ ଯାଏଁ ଜାତୀୟ ଉଦ୍ୟାନ ତିନି ଦିନ ପାଇଁ ବନ୍ଦ ରହିବ। ସେହିପରି ରାତି ରହଣି ପାଇଁ ପର୍ଯ୍ୟଟକ ମାନେ କରିଥିବା ସମସ୍ତ ବୁକିଂ ବାତିଲ କରାଯାଇଛି।

ସମସ୍ତ ଇକୋ-ଟୁରିଜିମ୍ ଏବଂ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ଥିବାରୁ ପର୍ଯ୍ୟଟକମାନଙ୍କୁ ପାର୍କ ଛାଡି ଚାଲିଯିବାକୁ ପରାମର୍ଶ ଦିଆଯାଇଛି ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି।

ad-week
Leave A Reply

Your email address will not be published.