ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ସିଂହଦ୍ଵାର ଆଉ ବେଳାଭୂମି

add-all

ପୁରୀ: ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପୁରୀ। ବାତ୍ୟା ଦାନା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା। ବାତ୍ୟାର ପ୍ରଭାବ କମିବା ପରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ କରାଯାଇଛି।

ତେବେ ବାତ୍ୟା ଲ୍ୟାଣ୍ଡଫଲ୍ କରିସାରିଥିବା ବେଳେ ପୁରୀ ଉପରେ ଏହାର ପ୍ରଭାବ ବିଶେଷ ଦେଖିବାକୁ ମିଳିନଥିଲା। ସମୁଦ୍ର ମଧ୍ୟ ଧିରେ ଧିରେ ଶାନ୍ତ ହେବାକୁ ଲାଗିଲାନି। ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଲଗାଯାଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ପ୍ରତ୍ୟାହାର କରିଦିଆଯାଇଛି। ଏବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ,ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବା ସହିତ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ।

ତେବେ ସମୁଦ୍ର ଧିରେ ଧିରେ ଶାନ୍ତ ହେଉଥିଲେ ମଧ୍ୟ ଏବେବି ଏହା ଭିତରେ ବାତ୍ୟା ପ୍ରଭାବ ଜାରି ରହିଥିବା ବେଳେ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏଥିସହିତ ବାତ୍ୟା ପ୍ରଭାବରେ ଆଗକୁ ବର୍ଷା ଆଲର୍ଟ ନେଇ ଜନ ସାଧାରଣ ଓ ପର୍ଯ୍ୟଟକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।

ad-week
Leave A Reply

Your email address will not be published.