ବାତ୍ୟା ଦାନା ପ୍ରଭାବ: ପୁରୀରେ ସବୁଠୁ ଅଧିକ ବର୍ଷିଲା

add-all

ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଦାନା। ଶୁକ୍ରବାର ରାତି ୧୨.୫ରେ ସ୍ଥଳଭାଗ ଛୁଇଁଥିବା ବେଳେ ଆଜି ସକାଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ କରିଛି ଦାନା। ବର୍ତ୍ତମାନ ଭୀଷଣ ବାତ୍ୟା, ବାତ୍ୟା ରୂପ ନେଇଥିବା ବେଳେ ଧୀରେ ଧୀରେ ଗଭୀର ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

ବାତ୍ୟା ପ୍ରଭାବରେ ପୁରୀ ଓ ବାଲେଶ୍ଵର ଜିଲ୍ଲାରେ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ପୁରୀ ଜିଲ୍ଲାରେ ସର୍ବାଧିକ ୨୮୩ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ଵର ଜିଲ୍ଲାରେ ଆଜି ସକାଳ ସୁଦ୍ଧା ୨୨୭ ମିମି ବର୍ଷ ହୋଇଛି। ସେହିପରି କେନ୍ଦ୍ରାପଡ଼ା ରାଜକନିକାରେ ସର୍ବାଧିକ ୧୫୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାଜନଗର, ମାର୍ଶାଘାଇ, ଡେରାବିଶରେ ୧୦୦ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ad-week
Leave A Reply

Your email address will not be published.