ବ୍ରହ୍ମପୁର ମେଡିକାଲ କଲେଜରେ ରାଗିଂ ଅଭିଯୋଗ

add-all

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସ ୨ୟ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। କଲେଜର ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ନ୍ୟାସନାଲ ମେଡିକାଲ କାଉନସିଲ୍‌ ନିକଟରେ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଉକ୍ତ ଅଭିଯୋଗ ଆଧାରରେ ତଦନ୍ତ ପାଇଁ କଲେଜ ଡିନ୍‌ଙ୍କୁ ଚିଠି ଲେଖିଛି ଏନଏମସି। ଏନଏମସି ପକ୍ଷରୁ ଚିଠି ପାଇବା ପରେ କଲେଜ ଡିନ୍ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଡିନ୍ କହିଛନ୍ତି, ହଷ୍ଟେଲର କୌଣସି ଛାତ୍ର ମୁହଁ ଖୋଲୁନାହାନ୍ତି। ହେଲେ ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଏନଏମସିରେ ଅଭିଯୋଗ ହୋଇଛି। ଏନେଇ କଲେଜର ଆଣ୍ଟି ରାଗିଂ ସେଲ୍‌ରେ ବୈଠକ ବସି ତା ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଡିନ୍।

ad-week
Leave A Reply

Your email address will not be published.