ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ: ଫାରୁକ ଅବଦୁଲ୍ଲା

add-all

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ | ଲଗାତାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହେଉଥିବା ଦେଖି ଏଭଳି କହିଛନ୍ତି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା | ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ  ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ୍ ଅବଦୁଲ୍ଲା ପାକିସ୍ତାନକୁ ଦାୟୀ କରି ନିଜ କଥା ନିଜେ ସମ୍ଭାଳ ବୋଲି କହିଛନ୍ତି | 

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, “ଆମେ ଉପଯୁକ୍ତ ସମାଧାନର ବାଟ ନ ପାଇବା ପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣ ରାଜ୍ୟରେ ଜାରି ରହିବ | ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ଆମେ ସମସ୍ତେ ଜାଣିଛୁ। ୩୦ବର୍ଷ ହେଲାଣି ମୁଁ ନିରୀହ ଲୋକଙ୍କ ହତ୍ୟାକୁ ଦେଖିଛି। ପାକିସ୍ତାନ ଏଭଳି ଆକ୍ରମଣ କରି କ’ଣ ସାବ୍ୟସ୍ତ କରିବାକୁ ଚାହୁଁଛି ମୁଁ ଜାଣିପାରୁନାହିଁ? ଏଭଳି କରି ସେମାନେ ନିଜର ଭବିଷ୍ୟତ ଖରାପ କରୁଛନ୍ତି | ସେମାନେ ଜାଣିବା ଦରକାର ଯେ, ଯେତେ ଯାହା କଲେ ବି ଜମ୍ମୁ-କଶ୍ମୀର କେବେ ବି ପାକିସ୍ତାନ ସହ ମିଶିବ ନାହିଁ |

ad-week
Leave A Reply

Your email address will not be published.