ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ଓଡିଶା ଜୀବିକା ମିଶନ ପକ୍ଷରୁ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ

add-all

ମାଲକାନଗିରି ୨୫।୧୦ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ରେ ଗ୍ରାମସ୍ତରୀୟ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡିଶା ଜୀବିକା ମିଶନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକ ର ଦୋରାଗୁଡା, ରାଲେଗାଡା, ବଡପଦର ଏଭଳି ଅନ୍ୟ ପଞ୍ଚାୟତ ମାନଙ୍କରେ ଗ୍ରାମର ଏସଏଚଜି ମହିଳା ମାନଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ ଗୁଡିକୁ ନେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳର ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମର ଅଙ୍ଗନବାଡି ଦିଦିଙ୍କ ଙ୍କ ସମେତ ଏସଏଚଜି ଗ୍ରୁପ ର ସଦସ୍ୟା ମାନେ ସହଯୋଗ କରିଥିଲେ। ବିଶେଷ କରି ମହିଳା ଓ କୁନି କୁନି ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ର ଅବଶ୍ୟକତା ଏବଂ କେଉଁ ସବୁ ଖାଦ୍ୟ ପୋଷଣ ଯୁକ୍ତ ଅଟେ ସେନେଇ ସମସ୍ତଙ୍କୁ ଅବଗତ କରାଇବା ସହ ବିଭିନ୍ନ ପ୍ରକାରର ପୁଷ୍ଟିକର ପରିବା ପ୍ରଦର୍ଶନୀ କରଯାଇଥିଲା।

ad-week
Leave A Reply

Your email address will not be published.