ସାମାନ୍ୟ କମିଛି ପ୍ରଦୂଷଣ, ବିଷାକ୍ତ ହେଉଛି ଯମୁନା

add-all

ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ସାମାନ୍ୟ ସୁଧୁରିଛି ଦିଲ୍ଲୀ ବାୟୁର ମାନ। ଅଳ୍ପ କମିଛି ପ୍ରଦୂଷଣ। ୪ ଦିନ ପରେ ୩୦୦ ତଳକୁ ଖସିଛି AQI। ଆଜି ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ହ୍ରାସ ପାଇ ୨୩୭ରେ ପହଞ୍ଚିଛି।
ଶୁକ୍ରବାର ବାୟୁ ପ୍ରଦୂଷଣ ସ୍ତର ୨୮୩ ରେକର୍ଡ କରାଯାଇଥିଲା। କିଛି ଦିନ ହେବ ଦିଲ୍ଲୀରେ ଅତ୍ୟନ୍ତ ଖରାପ ବାୟୁ ମାନ ପାଇଁ ଲୋକେ ମର୍ଣ୍ଣିଂ ଓ୍ୱାକ୍‌ ବନ୍ଦ କରିଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଅହରହ କାମ କରୁଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ସରକାର ଏକ ୱିଣ୍ଟର ଆକ୍ସନ୍ ପ୍ଲାନ୍ ଆରମ୍ଭ କରିଥିବା କହିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ।
ଦିଲ୍ଲୀରେ ପ୍ରଦୂଷଣ ବଢ଼ୁଥିବା ନେଇ ଦିଲ୍ଲୀ ଉପରାଜ୍ୟପାଳ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏକ ଚିଠି ଲେଖି ନଭେମ୍ବର ୧ରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ସିଭିଲ୍ ଡିଫେନ୍ସ ଭଲ୍ୟୁଣ୍ଟିୟର ମୁତୟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଦିଲ୍ଲୀରେ ପ୍ରଦୂଷଣ ବଢ଼ିବା ସହ ଯମୁନା ନଦୀ ପାଣି ବିଷାକ୍ତ ହେବାରେ ଲାଗିଛି। ଦିନକୁ ଦିନ ଅତ୍ୟନ୍ତ ଦୂଷିତ ହେବାରେ ଲାଗିଛି ନଦୀ ପାଣି। ଏବେ ଯମୁନା ନଦୀର ପାଣିରେ ପ୍ରବଳ ବିଷାକ୍ତ ଫେଣ ଦେଖିବାକୁ ମିଳିଛି। ଯମୁନା ନଦୀର ଦୃଶ୍ୟ ଏବେ ବରଫାଚ୍ଛନ୍ନ ଜାଗାର ଭ୍ରମ ସୃଷ୍ଟି କରୁଛି। ଦିଲ୍ଲୀର କାଳିନ୍ଦୀ କୁଞ୍ଜରେ ବର୍ଜ୍ୟବସ୍ତୁଗୁଡ଼ିକ ପାଣିକୁ ବିଷାକ୍ତମୟ କରିଦେଇଛି।
ପ୍ରତି ବର୍ଷ ଭଳି ଏଥର ମଧ୍ୟ ସ୍ଥାନେ ସ୍ଥାନେ ଫେଣର ମୋଟା ପରସ୍ତ ଦେଖାଯାଉଛି। ଯମୁନାରେ ପ୍ରଦୂଷଣ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି। କାଳିନ୍ଦୀ କୁଞ୍ଜ ଘାଟରେ ପାଣି ଉପରେ ଏକ ମୋଟା ପରସ୍ତର ଫେଣ ଜମିଥିବା ଦେଖିବାକୁ ମିଳିଛି। ଯମୁନାରେ ପଡୁଥିବା ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟର ବର୍ଜ୍ୟବସ୍ତୁରୁ ଏହା ସୃଷ୍ଟି ହୋଇଥିବା କୁହାଯାଉଛି। ଛଟ୍‌ ପୂର୍ବରୁ ଯମୁନା ନଦୀର ଏଭଳି ଅବସ୍ଥା ଦେଖି ଦିଲ୍ଲୀବାସୀ ଚିନ୍ତିତ ହୋଇପଡିଛନ୍ତି।

ad-week
Leave A Reply

Your email address will not be published.