ମଠ ମନ୍ଦିର ପାଇଁ  ‘ଦେବାଳୟ ଯୋଜନା’ ଖୁବଶୀଘ୍ର : ଆଇନ ମନ୍ତ୍ରୀ

add-all

ଭୁବନେଶ୍ୱର: ପୁଣି ଆଉ ଏକ ନୂଆ ଯୋଜନା ଆଣିବାକୁ ଯାଉଛି ବିଜେପି ସରକାର । ନୂଆ ଯୋଜନା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୋମବାର ସୂଚନା ଦେଇଛନ୍ତି । ଏହି ଯୋଜନା ଧର୍ମ ପୀଠ ଯେମିତି ମଠ ଓ ମନ୍ଦିରର ସୁରକ୍ଷା ପାଇଁ ରହିବ । ଏହାର ନାମ ରହିଛି ‘ଦେବାଳୟ ଯୋଜନା’।

ଯୋଜନା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ଅବଢ଼ା ଯୋଜନା ନାଁରେ କେବଳ ମରାମତି କଥା ଥିଲା । ମରାମତି, ରକ୍ଷଣାବେକ୍ଷଣ, ପରିଚାଳନା ସମସ୍ୟା ସମାଧାନ ଏହି ଯୋଜନାରେ ସବୁ ରହିଛି। ବିଶେଷକରି ‘ଓଡ଼ିଶାର ସଂସ୍କୃତି ଯେଉଁ ମଠ ମନ୍ଦିର ସହ ଜଡ଼ିତ, ତା’ର ସୁରକ୍ଷା ଆମର ପ୍ରାଥମିକତା ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଏହି ଯୋଜନାକୁ ନେଇ ଆଲୋଚନା ହେବା ସହ ବ୍ଲୁପ୍ରିଣ୍ଟ କରାଯାଉଥିବା ମନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.