ବାହାନଗା ଟ୍ରେନ୍‌ ଟ୍ରାଜେଡି; ୩ ଜଣଙ୍କୁ ମିଳିଲା ଜାମିନ୍‌

add-all

କଟକ : ବର୍ଷେ ପରେ ବାହାନଗା ଟ୍ରେନ୍‌ ଟ୍ରାଜେଡିର ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଓଡିଶା ହାଇକୋର୍ଟ ୩ ରେଳ କର୍ମଚାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନ୍ ପାଇଥିବା ୩ ଅଭିଯୁକ୍ତ ହେଲେ ମହମ୍ମଦ ଅମୀର ଖାନ, ଅରୁଣ କୁମାର ମହନ୍ତ ଓ ପପୁ କୁମାର।
୨୦୨୩ ମସିହା ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା। ସନ୍ଧ୍ୟା ପ୍ରାୟ ୭ଟା ବେଳେ ହାୱଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍ ମାଲଗାଡ଼ିକୁ ଧକ୍କା ଦେଇ ଅନ୍ୟ ଟ୍ରାକ୍‌ରେ ଆସୁଥିବା ଯଶୱନ୍ତପୁର ହାୱଡ଼ା ସୁପରଫାଷ୍ଟ ଟ୍ରେନ୍‌ ଉପରେ ପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ସେଥିରୁ ଅନେକ ଲୋକ ପଙ୍ଗୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଭୟଙ୍କର ଦୁର୍ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା।

ad-week
Leave A Reply

Your email address will not be published.