ଐତିହାସିକ ବାଲିଯାତ୍ରା ପାଇଁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

add-all

କଟକ : ଆଗେଇ ଚାଲିଛି ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି। ମଙ୍ଗଳବାରଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ କରିଛି ଜିଲା ପ୍ରଶାସନ। ବାଲିଯାତ୍ରା ପ୍ଲଟ ନିଲାମ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସର୍ବାଧିକ ଟଙ୍କା ଡାକିଥିବା ବିଡର୍‌ଙ୍କୁ ମିଳିବ ପ୍ଲଟ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୧୦ଟି ଟେବୁଲରେ ୧୦ଟି ଟିମ୍‌କୁ ନେଇ ବ୍ୟବସ୍ଥା କରାଯାଇଛି। ବାରବାଟି ପ୍ୟାଲେସ ଓ ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଲାମ ପ୍ରକ୍ରିୟା ପାଇଁ ବ୍ୟବସ୍ଥା କରିଛି ଜିଲା ପ୍ରଶାସନ। ଅପରପକ୍ଷେ ସୋମବାର ଶେଷ ହୋଇଛି ବାଲିଯାତ୍ରା ଷ୍ଟଲ ପଞ୍ଜିକରଣ ପ୍ରକ୍ରିୟା। ମୋଟ ୧୫୦୦ ଜଣ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ସେପଟେ ତଳ ପଡ଼ିଆରେ ଆରମ୍ଭ ହୋଇ ଗଲାଣି ମଞ୍ଚ ନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ ସହର ଭିତରେ ତଥା ସହର ପ୍ରମୁଖ ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ ମୋଟ ୨୨ଟି ବାଲିଯାତ୍ରା ସ୍ବାଗତ ତୋରଣ ନିର୍ମାଣ କରିବାକୁ ଯାଉଛି ଜିଲା ପ୍ରଶାସନ।

ad-week
Leave A Reply

Your email address will not be published.