ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

add-all

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ମିଳିଥିବା ଖବର ଅନୁସାରେ ମୁମ୍ବାଇ ଟ୍ରାଫିକ ପୁଲିସ କଣ୍ଟ୍ରୋଲ ରୁମକୁ ଏନେଇ ଏକ ମେସେଜ ଆସିଛି। ମେସେଜ ପଠାଇଥିବା ବ୍ୟକ୍ତି ୨ କୋଟି ଟଙ୍କା ଦାବି କରିଛି। ଯଦି ଟଙ୍କା ନମିଳେ, ତେବେ ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି।

ମଙ୍ଗଳବାର ମୁମ୍ବାଇ ଟ୍ରାଫିକ ପୁଲିସର କଣ୍ଟ୍ରୋଲ ରୁମକୁ ଏହି ମେସେଜ ଆସିଥିଲା। ​​ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିବା କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି ଯେ ବାର୍ତ୍ତା ପଠାଇଥିବା ବ୍ୟକ୍ତି ଏହା ମଧ୍ୟ କହିଛି, ଯଦି ୨ କୋଟି ଟଙ୍କା ନମିଳେ ତେବେ ସେ ସଲମାନ ଖାନଙ୍କୁ ହତ୍ୟା କରିଦେବ। ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ମୁମ୍ବାଇର ୱର୍ଲି ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସଲମାନ ଖାନଙ୍କୁ ଏହା କେବଳ ଗୋଟିଏ ଦିନରେ ମିଳିଥିବା ଦ୍ୱିତୀୟ ଧମକ। ମଙ୍ଗଳବାର ଦିନ ସଲମାନ ଖାନ ଏବଂ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ବିଧାୟକ ପୁଅ ଜିଶାନ ସିଦ୍ଦିକିଙ୍କୁ ଆଉ ଏକ ହତ୍ୟା ଧମକ ମିଳିଥିଲା। ଉଭୟଙ୍କୁ ଟଙ୍କା ମଧ୍ୟ ମଗାଯାଇଥିଲା। ଏହି ମାମଲାରେ ପୁଲିସ ନୋଏଡାରୁ ମହମ୍ମଦ ତୈୟାବ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଅଭିଯୁକ୍ତ ଦିଲ୍ଲୀର ବାସିନ୍ଦା। ସେକ୍ଟର ୩୯ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯିବା ପରେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି।

ପ୍ରକାଶ ଥାଉ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି। ନିକଟରେ ସଲମାନ ଖାନଙ୍କ ଅତି ଘନିଷ୍ଠ ବନ୍ଧୁ ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିଷ୍ଣୋଇ ଗ୍ୟାଙ୍ଗ ଏହାର ଦୋଷ ନିଜ ମୁଣ୍ଡକୁ ନେଇଛି।

ad-week
Leave A Reply

Your email address will not be published.