ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ଉଦ୍ଘାଟନ

add-all

କୁଆଁରମୁଣ୍ଡା : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକର ଦଳକି ପଞ୍ଚାୟତରେ ଜ୍ୟୋତି କ୍ଲବ ଦଲକିଙ୍କ ତତ୍ତ୍ୱାବଧାନରେ ନକ୍ ଆଉଟ୍ ଫୁଟବଲ୍ ଟୁର୍ନାମେଣ୍ଟ ବୁଧବାର ଦିନ ଶେଷ ହୋଇଛି ! ଏହି ଟୁର୍ନାମେଣ୍ଟରେ ମୋଟ 32 ଟି ଦଳ ଅଂଶଗ୍ରହଣ କରିଥିଲେ ! ଫାଇନାଲ ମ୍ୟାଚ୍ ସୋନା ପାର୍ବତ ଏବଂ ଗଡଗବାହଲ ଦଳ ମଧ୍ୟରେ ହୋଇଥିଲା ! ଏଥିରେ ସୋନା ପାର୍ବତ ଦଳ ଗଡଗାବାହାଲକୁ ୩-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲେ ! ଏହି ଅବସରରେ ବିରମିତ୍ରାପୁର ବିଧାୟକ ରୋହିତ ଜୋସେଫ ତିର୍କି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ପୂର୍ବତନ ବିଧାୟକ ଜର୍ଜ ତିର୍କି ମଞ୍ଚାସିନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ! ମୁଖ୍ୟ ଅତିଥି ରୋହିତ ଜୋସେଫ ତିର୍କି ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ଜର୍ଜ ତିର୍କି ରନର୍ସଙ୍କୁ ଟ୍ରଫି ପ୍ରଦାନ କରିଥିଲେ ଏହି ଅବସରରେ ମୁଖ୍ୟ ଅତିଥି ରୋହିତ ତିର୍କି ନିଜର ଅଭି ଭାଷଣରେ କହିଥିଲେ କ୍ରୀଡା ଶାରୀରିକ ଏବଂ ମାନସିକ ବିକାଶକୁ ଆଗେଇ ନେଇଥାଏ ! କ୍ରୀଡା ଦୃଷ୍ଟିରୁ ସୁନ୍ଦରଗଡ ବହୁତ ଆଗରେ ଅଛି ! ସୁନ୍ଦରଗଡ ହକିରେ ସାରା ବିଶ୍ୱରେ ଜଣାଶୁଣା ଅଛି ! ମନୋବଳ ବଜାୟ ରଖିବାକୁ ସେ ବିଜେତା ଦଳକୁ ଆହ୍ୱାନ କରିଛନ୍ତି ! ଏହି ଟୁର୍ନାମେଣ୍ଟରେ ଜ୍ୟୋତି କ୍ଲବ ଅଧ୍ୟକ୍ଷ ପ୍ରଶାନ୍ତ ଅମାତ, ସଚିବ ସୁନୀଲ କୁମାର ଅମାତ, ବିଜୁ ବୁଢ଼ା, ପ୍ରଶାନ୍ତ ବିଶି, ସୁଧୀର ବୁଢ଼ା, ରେନୁକାନ୍ତ ବୁଢ଼ା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିଣ୍ଟାମଣି ନାୟକ ଏବଂ ଡାଲକି ସରପଞ୍ଚ ସୁନୀତା କିଣ୍ଡୋ ଉପସ୍ଥିତ ରହି ସହଯୋଗ କରିଥିଲେ !

ad-week
Leave A Reply

Your email address will not be published.