ନଭେମ୍ବରରୁ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ଼

add-all

ଭୁବନେଶ୍ୱର: ଆସନ୍ତା ମାସରୁ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଧବାର ଦିନ କହିଛନ୍ତି।

ଦଶ ଲକ୍ଷରୁ ଅଧିକ ଆବେଦନ ଉପରେ ଯାଞ୍ଚ ଶେଷ ହେବା ପରେ ସରକାର ନୂତନ ରାସନ କାର୍ଡ ପ୍ରଦାନ ଆରମ୍ଭ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ନୂତନ ରାସନ କାର୍ଡ ପାଇଁ ଆବେଦନକାରୀଙ୍କ ଇ-କେୱାଇସି ଯାଞ୍ଚ କରିବାରେ ବ୍ୟସ୍ତ ଥିଲେ କର୍ତ୍ତୃପକ୍ଷ। ସରକାର ଏହା ପୂର୍ବରୁ କହିଥିଲେ ଯେ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡଧାରୀ ତାଲିକାରୁ ବାଦ ଦିଆଯିବ।

ଅପରପକ୍ଷରେ ଯୋଗ୍ୟ ପରିବାରକୁ ସାମିଲ କରିବା ପାଇଁ ସରକାରଙ୍କ ଦ୍ବାରା ୧୨ଟି ମାନଦଣ୍ଡ ଦିଆଯାଇଛି। ସେହିଭଳି ଅଯୋଗ୍ୟ ପରିବାରକୁ ବାଦ ଦେବା ପାଇଁ ଦଶଟି ମାନଦଣ୍ଡ ରହିଛି।

ad-week
Leave A Reply

Your email address will not be published.