ଦୁଇ ଦିନ ତଳେ ମହାନଦୀକୁ ଡେଇଁଥିଲେ, ଆଜି ମିଳିଲା ମୃତଦେହ

add-all

ଗତ ସୋମବାର କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଥିଲେ ଜଣେ ବ୍ୟାଙ୍କ ମ୍ୟାନେଜର। ଦୁଇ ଦିନ ପରେ ତାଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର ହୋଇଛି। ମୃତକ ହେଲେ ତାରିଣୀ ପ୍ରସାଦ ।

ଢେଙ୍କାନାଳ କାବେରା ଗାଁର ତାରିଣୀ ପ୍ରସାଦ ରାଉତ ଏକ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ। ଗତ ସୋମବାର ତାରିଣୀ ପ୍ରସାଦ କଟକ ମୁଣ୍ଡଳୀ ବ୍ରିଜ୍ ଉପରେ ନିଜ ଗାଡ଼ି ରଖିଥିଲେ। ଏହାପରେ ସେ ମହାନଦୀକୁ ଡେଇଁ ପଡ଼ିଥିଲେ।

ପରିବାର ଲୋକେ ଓ ଅଗ୍ନିଶମବାହିନୀ ବହୁ ଖୋଜାଖୋଜି କରି ବି ତାଙ୍କୁ ପାଇ ନ ଥିଲେ। ଆଜି ସକାଳେ ମୁଣ୍ଡଳି ଅଞ୍ଚଳର କିଛି ମସ୍ୟଜୀବୀ ମାଛ ଧରୁଥିବାବେଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ପରେ ତାକୁ କୂଳକୁ ଆଣିଥିଲେ । ଖବରପାଇ ପରିବାର ଲୋକେ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଏହା ଆତ୍ମହତ୍ୟା ନା ଅନ୍ୟ କୌଣସି ଚାପ ନିମନ୍ତେ ତାରିଣୀ ପ୍ରସାଦ ଏପରି ପଦକ୍ଷେପ ଉଠାଇଲେ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ad-week
Leave A Reply

Your email address will not be published.