ଦାଉଦ ସହ ସଂପର୍କ ଅଭିଯୋଗ : ନବାବ ମଲ୍ଲିକଙ୍କ ପାଇଁ ପ୍ରଚାର କରିବନି ବିଜେପି

add-all

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମେଣ୍ଚଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନସିପି ନେତା ନବାବ ମଲ୍ଲିକଙ୍କୁ ଟିକେଟ ଦେବା ନେଇ ଏବେ ମହାଯୁତି ମେଣ୍ଟରେ ବଡ଼ ବିବାଦ ଦେଖାଦେଇଛି । ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ ସହିତ ନବାବଙ୍କ ସଂପର୍କ ଥିବା କହି ବିଜେପି ତାଙ୍କୁ ଟିକେଟ ଦେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଏପରିକି ତାଙ୍କ ପାଇଁ ପ୍ରଚାର ନ କରିବାକୁ ବିଜେପି ଖୋଲା ଖୋଲି ଘୋଷଣା କରିଛି ।

 ମାନଖୋର୍ଦ ଶିବାଜୀ ନଗର ଆସନରୁ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲ୍ଲିକଙ୍କୁ ଟିକେଟ୍ ଦେଇଛି । ଏଥିପାଇଁ ବିଜେପି ନେତା କିରିଟ୍ ସୋମେୟା ଏନସିପିକୁ ସମାଲୋଚନା କରିଛନ୍ତି। ନବାବ ମଲ୍ଲିକ ଜଣେ ଆତଙ୍କବାଦୀ ଏବଂ ସେ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଦାଉଦ ଇବ୍ରାହିମଙ୍କ ସହ ସମ୍ପୃକ୍ତ ଏବଂ ସେ ତାଙ୍କର ଏଜେଣ୍ଟ । ତାଙ୍କୁ ଟିକେଟ୍ ଦେଇ ଅଜିତ ପାୱାରଙ୍କ ଏନସିପି ଦେଶ ସହ ବିଶ୍ୱାସଘାତକତା କରିଛି ବୋଲି ସୋମେୟା କହିଛନ୍ତି।

ଏହା ପୂର୍ବରୁ ବିଜେପି ମୁମ୍ବାଇ ମହାନଗର ସଭାପତି ଆଶୀଷ ଶୋଲାର କହିଥିଲେ ଯେ ସେ ନବାବଙ୍କ ସମର୍ଥନ କରିବେ ନାହିଁ ଓ ତାଙ୍କ ଦଳର ଆଭିମୁଖ୍ୟ ଅଲଗା ରହିବ । ଦଳର କୌଣସି ନେତା ନବାବଙ୍କ ପାଇଁ ପ୍ରଚାର କରିବେ ନାହିଁ ।

ad-week
Leave A Reply

Your email address will not be published.