ବାରରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ

add-all

ଭୁବନେଶ୍ବର: ବାର୍‌ରେ ଡ୍ୟାନ୍ସ ହେଲେ ରଦ୍ଦ ହେବ ଲାଇସେନ୍ସ ।ଏନେଇ କଡା ଚେତାବନୀ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବାର୍‌ରେ ଅଶ୍ଳୀଳ ନୃତ୍ୟ ଯୋଗୁଁ ସୃଷ୍ଟି ହେଉଥିବା ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏନେଇ ଏକ ଗାଇଡ୍‌ଲାଇନ ଜାରି କରାଯାଇଛି। ଯାହାକୁ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଲାଇସେନ୍ସ ରଦ୍ଦ କରାଯିବ ।

ଏନେଇ ମନ୍ତ୍ରୀ କହିଛନ୍ତି, ବାର୍‌ ଡ୍ୟାନ୍ସ ବ୍ୟାନ୍‌ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାର୍‌ରେ ସଂଗୀତ ଛଡ଼ା ଡ୍ୟାନ୍ସ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ । ବିଭାଗ ଆଣିଥିବା ଗାଇଡ୍‌ଲାଇନ୍ ଉଲ୍ଲଂଘନ ସରକାର ଲାଇସେନ୍ସ ରଦ୍ଦ କରିବେ । ମ୍ୟୁଜିକ୍ ଡେସିବେଲ ଧାର୍ଯ୍ୟ ମାନଦଣ୍ଡ ଉଲ୍ଲଂଘନ କଲେ ଆକ୍ସନ ହେବ । ଓଡ଼ିଆ ଅସ୍ମିତା ଏବଂ ସଂସ୍କୃତି ବିରୋଧୀ କାର୍ଯ୍ୟ କରିବାକୁ ଦିଆଯିବନି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପୂର୍ବରୁ ରାଜଧାନୀର କେତେକ ବାରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଅନୈତିକ କାର୍ଯ୍ୟକଳାପ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଏନେଇ ପୂର୍ବରୁ ତାଗିଦ୍ କରାଯାଇଥିଲେ ମଧ୍ୟ କିଛି ଅମାନିଆ ଏହାକୁ ବେଖାତିର କରୁଥିବା ସାମ୍ନାକୁ ଆସିବା ପରେ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର ।

ad-week
Leave A Reply

Your email address will not be published.