ଏଲଏସିରେ ଚୀନ ସୈନ୍ୟଙ୍କ ସହ କଥା ହେଲେ କିରଣ ରିଜିଜୁ

add-all

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶ ସାଂସଦ ତଥା କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ମୁତୟନ ହୋଇଥିବା ଚୀନ ସୈନ୍ୟଙ୍କୁ ଭେଟିଛନ୍ତି। ତାଓ୍ବଙ୍ଗ ଜିଲାରେ ୧୫ ହଜାର ଫୁଟ ଉଚ୍ଚ ବୁମଲାରେ ଭାରତୀୟ ସେନା ଆଉଟପୋଷ୍ଟ ଗସ୍ତ କରିବା ଅବସରରେ ସେ ଚୀନ ସୈନ୍ୟମାନଙ୍କୁ ଭେଟି ସେମାନଙ୍କ ସହିତ ଆଲୋଚନା କରିଥିଲେ। ଲଦାଖରେ ଦୁଇ ଦେଶ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର ପରେ ରିଜିଜୁ ମୋଦୀ ସରକାରଙ୍କ ପ୍ରଥମ ମନ୍ତ୍ରୀ ଭାବେ ଏଭଳି ପଦକ୍ଷେପ ନେଇଛନ୍ତି।
ରିଜିଜୁଙ୍କ ସହିତ ଜଣେ ଅନୁବାଦକ ଉପସ୍ଥିତ ଥିଲେ। ଅନୁବାଦକଙ୍କ ଜରିଆରେ ସେ ଚୀନ ସୈନ୍ୟମାନଙ୍କ ସହିତ କଥା ହୋଇଥିଲେ। ଏତେ ପ୍ରତିକୂଳ ପରିବେଶରେ ସେମାନଙ୍କୁ କି ପ୍ରକାର ସହାୟତା ମିଳୁଛି ରିଜିଜୁ ପ୍ରଶ୍ନ କରିଥିଲେ। ଦୀପାବଳି ଅବସରରେ ରିଜିଜୁ ଚୀନ ସୈନ୍ୟଙ୍କୁ ଭେଟିଥିବାରୁ ଏହା ଏକପ୍ରକାର ବନ୍ଧୁତ୍ଵପୂର୍ଣ୍ଣ ସାକ୍ଷାତକାର ଥିଲା। ଏହି ସମୟରେ ସେ ଚୀନ ସୈନ୍ୟମାନଙ୍କୁ ମିଠା ଉପହାର ଦେଇଥିଲେ କି ବୋଲି ପ୍ରଶ୍ନରେ ରିଜିଜୁ କହିଥିଲେ, ଚୀନ ସୈନ୍ୟମାନେ ମିଠାକୁ ପସନ୍ଦ କରନ୍ତି ନାହିଁ। ସେମାନଙ୍କୁ ମିଠା ଭଲ ଲାଗେନାହିଁ।

ad-week
Leave A Reply

Your email address will not be published.