ବୋମା ଧମକ ମଧ୍ୟରେ ଏୟାର ଇଣ୍ଡିଆ ବିମାନରୁ ମିଳିଲା ଗୋଳାବାରୁଦ

add-all

ନୂଆଦିଲ୍ଲୀ : ଗତ କିଛିଦିନ ହେବ କୌଣସି ନା କୌଣସି ବିମାନରେ ବୋମା ଲଗାଯାଇଥିବା ନେଇ ଧମକ ମିଳୁଛି। ହେଲେ ବୋମା ସମ୍ବନ୍ଧୀୟ ଏହି ସମସ୍ତ ଧମକ ପରେ ନକଲି ବୋଲି ଜଣାପଡିଛି। ମିଥ୍ୟା ବୋମା ଧମକ ମାମଲାରେ ପୁଲିସ ମଧ୍ୟ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କଲାଣି। ହେଲେ ଏହାରି ଭିତରେ ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରୁ ଏକ ବିସ୍ଫୋରକ କ୍ୟାର୍ଟ୍ରିଜ୍ ମିଳିଛି। ଯାହା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଦୁବାଇରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର AI-916 ବିମାନର ଏକ ସିଟ୍ ପ୍ୟାକେଟରୁ ଗୋଳାବାରୁଦ କ୍ୟାର୍ଟ୍ରିଜ୍ ମିଳିଥିଲା। ଖବର ଜଣାପଡ଼ିବା ପରେ ବିମାନ କର୍ମଚାରୀମାନେ ତତ୍ପରତା ଦେଖାଇ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରାଇଥିଲେ। ଏୟାର ଇଣ୍ଡିଆର ମୁଖପାତ୍ରଙ୍କ କହିବା ମୁତାବକ ଅକ୍ଟୋବର ୨୭ ତାରିଖରେ ଏଭଳି ଘଟଣା ଘଟିଥିଲା। ପରେ ଏ ସମ୍ପର୍କରେ ଏୟାରପୋର୍ଟ ପୁଲିସରେ ଅଭିଯୋଗ କରାଯାଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଏତେ ସୁରକ୍ଷା ବଳୟ ଭେଦ କରି ଏଭଳି ବିସ୍ଫୋରକ ସାମଗ୍ରୀ କିପରି ବିମାନରେ ପହଞ୍ଚିଲା ଏବଂ ଏହା ପଛରେ କିଏ ଅଛି, ତାହା ଶୀଘ୍ର ସ୍ପଷ୍ଟ ହୋଇଯିବ।
ଦେଶର ଏୟାରଲାଇନ୍ସକୁ ବୋମାରେ ଉଡ଼ାଇ ଦେବାକୁ କ୍ରମାଗତ ଧମକ ମିଳୁଛି। ଉଲ୍ଲେଖ ଯୋଗ୍ୟ, ଗତ ୧୬ ଦିନ ମଧ୍ୟରେ ୫୧୦ରୁ ଅଧିକ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନକୁ ବୋମା ଧମକ ମିଳିଲାଣି। ହେଲେ ପରେ ଏ ସବୁ ମିଥ୍ୟା ଧମକ ବୋଲି ସ୍ପଷ୍ଟ ହୋଇଛି। ଏଭଳି ଧମକ ପ୍ରାୟତଃ ସୋଶାଲ ମିଡିଆ ମାଧ୍ୟମରେ ମିଳୁଛି।

ad-week
Leave A Reply

Your email address will not be published.