ବାଲିଯାତ୍ରାରେ ଗାଡି ପାର୍କିଂକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ

add-all

କଟକ: ଐତିହାସିକ ବାଲିଯାତ୍ରାରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ଵନ୍ଦ୍ୱ। ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା ମାତ୍ର ଉପର ବାଲିଯାତ୍ରା ପଡିଆରେ ଗାଡି ପାର୍କିଂ ପ୍ରସଙ୍ଗକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଆସନ୍ତା ସୋମବାର ଏନେଇ ବିଧିବଦ୍ଧ ନିଷ୍ପତି ହେବ। ହାଇକୋର୍ଟଙ୍କ ନିର୍ଦେଶ ପରିପ୍ରେକ୍ଷୀରେରେ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦ୍ୱନ୍ଦ୍ୱର ସମାଧାନ ହେବ। ଏନେଇ ସ୍ପଷ୍ଟ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ।
ବ୍ୟବସାୟୀ, ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ। ଏନଜିଟି ଗାଇଡ଼ଲାଇନ ଅନୁସାରେ ତଳ ପଡିଆର ୩୪ ଏକର ଜମିରେ ଅନୁଷ୍ଠିତ ହେବ ବାଲିଯାତ୍ରା। ଯଦି ହାଇକୋର୍ଟଙ୍କ ନିଷ୍ପତି ବଳବତ୍ତର ରୁହେ ତେବେ ଉପର ବାଲିଯାତ୍ରା ପଡିଆରେ ପ୍ରତିବର୍ଷ ୬୦୦ରୁ ଅଧିକ ବ୍ୟବସାୟୀ ପକାଉଥିବା ଷ୍ଟଲ କେଉଁଟିକୁ ସ୍ଥାନାନ୍ତର ହେବ ସେନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ ୨୪ ଏକର ଜମିରେ ଷ୍ଟଲ ଓ ଅନ୍ୟ ୧୦ ଏକର ଜମିରେ କଟକ ଇନ କଟକରେ ଅନୁଷ୍ଠିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ତେବେ ଏହି ସୀମିତ ଜମିରେ ୧୩୦୦ରୁ  ଅଧିକ ବ୍ୟବସାୟୀ କିପରି ବ୍ୟବସାୟ କରିବେ ସେନେଇ ମଧ୍ୟ ଚିନ୍ତା ଉପୁଜିଛି। ତେଣୁ କମିଶନରେଟ ପୁଲିସ, ସିଏମସି ଓ ଅନ୍ୟାନ୍ୟ ବିଭାଗ ସହ ଆଲୋଚନା ପରେ ସମାଧାନ ବାଟ ସାମ୍ନାକୁ ଆସିବ ବୋଲି ଭାରପ୍ରାପ୍ତ ଜିଲାପାଳ ଉମାକାନ୍ତ ରାଜ କହିଛନ୍ତି।

ad-week
Leave A Reply

Your email address will not be published.