ଜଗତ କଲ୍ୟାଣ ପାଇଁ ଆଖଣ୍ଡଳମଣିଙ୍କ ମନ୍ଦିରଚୂଡାକୁ  ଉଠିଲା ମହାଦୀପ

add-all

ଆରଡି: ପବିତ୍ର ଦୀପାବଳୀ ଉତ୍ସବ ଅବସରରେ ରୀତିନୀତି ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ରାତ୍ର ୧୦ଟାରେ ଉଠିଛି ମହାଦୀପ। ଏହି ଅବସରରେ ମଣିବାବାଙ୍କ ମନ୍ଦିରରେ ଭୋର ୪ଟାରେ ଦ୍ବାରଫିଟା ନୀତି ସହ ସମସ୍ତ ନୀତିକାନ୍ତି ଅପରାହ୍ଣ ସୁଧା ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ ମଣିବାବାଙ୍କୁ ଦୁର୍ଲଭ ବଡସିଂହାର ବେଶରେ ସଜ୍ଜିତ କରାଯାଇଥିଲା।
ସଂଧ୍ୟାରେ ଶୋଡଷ ଉପଚାର ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଭକ୍ତ ହଜାରହଜାର ଦୀପ ପ୍ରଜ୍ବଳନ କରିଥିଲେ। ପରେ ମହାଦୀପ ନୀତି ନିମନ୍ତେ ମହାଦୀପ ପ୍ରସ୍ତୁତ କରାଯାଇ ମଣିବାବାଙ୍କ ପାଖରେ ଜଗତ କଲ୍ୟାଣ ଉଦେଶ୍ୟରେ ସର୍ମପିତ କରାଯାଇ ଅଗ୍ନି ସଂଯୋଗ କରାଯିବା ପରେ ଘଣ୍ଟକିର୍ତ୍ତନ ସହ ମନ୍ଦିର ବେଢା ପରିକ୍ରମା କରାଯାଇ ରାତ୍ର ୧୦ରେ ମନ୍ଦିର ଚୂଡାରେ ସ୍ଥାପନ କରାଯାଇଥିଲା। ଏହି ମହାଦୀପ ଦର୍ଶନ ପାଇଁ ବିଭିନ୍ନ ପ୍ରାନ୍ତରରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ।

ad-week
Leave A Reply

Your email address will not be published.