ମାଟ୍ରିକ୍‌ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ, ୧୮ ତାରିଖ ଯାଏଁ ଚାଲିବ ପ୍ରକ୍ରିୟା

add-all

ଭୁବନେଶ୍ୱର: ୨୦୨୫ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଲାଗି ଆଜିଠୁ ଆରମ୍ଭ ହେଉଛି ଫର୍ମ ପୂରଣ । ଆସନ୍ତା ୧୮ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା। ମାଟ୍ରିକ୍‌ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନ୍‌ଲାଇନ୍‌ରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ହେବ ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଚାଲିବ।

୩ ତାରିଖରୁ ଆରମ୍ଭ ହେଉଥିବା ଫର୍ମ ପୂରଣର ଶେଷ ସମୟ ଆସନ୍ତା ୧୮ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ରହିଛି। ଅନ୍ୟପକ୍ଷରେ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସିଲାବସ୍‌ ଆଧାରରେ ପାଠ୍ୟପୁସ୍ତକର ଅଧା କୋର୍ସ ତଥା ଟର୍ମ-୧ ଅନୁସାରେ ବିଦ୍ୟାଳୟ ସ୍ତରରେ ହୋଇଥିବା ଦୁଇଟି ଇଣ୍ଟର୍‌ନାଲ୍‌ ଆସେସ୍‌ମେଣ୍ଟ ଯଥା ଫର୍ମେଟିଭ୍‌ ଆସେସ୍‌ମେଣ୍ଟ (ଏଫ୍‌ଏ-୧ ଓ ଏଫ୍‌ଏ-୨) ପରୀକ୍ଷା ନମ୍ବର ଆଜିଠାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ। ଇଣ୍ଟରନାଲ୍‌ ଆସେସ୍‌ମେଣ୍ଟ ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ ପ୍ରଧାନ ଶିକ୍ଷକମାନେ ଅପଲୋଡ୍‌ କରିବେ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ମାର୍କ ଅପଲୋଡ୍‌ ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀ ଓ ହାଇସ୍କୁଲ୍‌ ପ୍ରଧାନ ଶିକ୍ଷକମାନଙ୍କୁ ଅବଗତ କରାଯାଇଛି । ସେହିପରି ଟର୍ମ-୨ ସିଲାବସ୍‌ ଆଧାରରେ ଏଫ୍‌ଏ-୩ ଓ ଏଫ୍‌ଏ-୪ ପରୀକ୍ଷା ମାର୍କ ସହ ଆସ୍‌ପ୍ରେସ୍‌ନାଲ୍‌ କମ୍ପୋନେଣ୍ଟସ୍‌ ମାର୍କ ଆସନ୍ତା ଜାନୁଆରୀ ସୁଦ୍ଧା ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବେ ବୋଲି ଯୋଜନା ରହିଛି ।

ad-week
Leave A Reply

Your email address will not be published.