ଆନ୍ତଃ ବିଶ୍ଵବିଦ୍ୟାଳୟ ବ୍ୟାଡ଼ମିଣ୍ଟନ ପୁରୁଷ ଦଳର ମଣିପୁର ଗସ୍ତରେ ଆସିକାର ଅବିନାଶ

add-all

ଆସିକା : ମଣିପୁର ସ୍ଥିତ ନ୍ୟାସନାଲ ସ୍ପଟର୍ସ ୟୁନିଭରସିଟି, ଇମ୍ପାଲଠାରେ ପୂର୍ବାଞ୍ଚଳ ଆନ୍ତଃବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଆସିକାର ଅବିନାଶ ମୁନି ପାଞ୍ଚ ଜଣିଆ ଟିମ ରେ ସ୍ଥାନ ପାଇଛନ୍ତି l ରବିବାର ଦିନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ନିମନ୍ତେ ବାହାରିଛନ୍ତି l ଅବିନାଶ ଧରାକୋଟ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର +୩ ଛାତ୍ର ଅଟନ୍ତି l ସେ ପୂର୍ବରୁ ବ୍ୟାଡ଼ ମିଣ୍ଟନରେ ଗଞ୍ଜାମ ଜିଲ୍ଲାରୁ ତିନି ତିନି ଥର ଚମ୍ପିୟାନ ହୋଇ ଥିବା ବେଳେ ୧୯ ବର୍ଷ ବର୍ଗରେ ଓଡିଶାରୁ ଡବଲସ ଖେଳି ଚମ୍ପିୟନ ହୋଇଛନ୍ତି l ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦ୍ୱାରା ଅନ୍ତଃ ବିଶ୍ୱ ବିଦ୍ୟାଳୟ ପ୍ରତିଯୋଗିତା ରେ ଭାଗ ନେଇ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ବ୍ୟାଡ଼ମିଣ୍ଟନ ପୁରୁଷ ଦଳ ମଣିପୁର ଗସ୍ତ କରିଛି। ଉକ୍ତ ଦଳରେ ବ୍ରହ୍ମପୁର ଇମ୍ପିରିଆଲ କଲେଜର
ସମୀର ଘାଣ୍ଟ, ରୁଦ୍ର ପ୍ରତାପ ସାମନ୍ତ, ବ୍ରହ୍ମପୁର ବିନାୟକ କଲେଜର ରବି କିରଣ ପ୍ରଧାନ, ବାଲିଗୁଡ଼ା ଆଦିବାସୀ କଲେଜର ସୁମିତ ନାୟକ, ଧରାକୋଟ ସରକାରୀ ଡିଗ୍ରୀ  ମହାବିଦ୍ୟାଳୟର ଅବିନାଶ ମୁନୀ ରହିଥିବା ବେଳେ ମ୍ୟାନେଜର ଭାବେ ବ୍ରହ୍ମପୁର ଇମ୍ପିରିଆଲ କଲେଜର କ୍ରୀଡା ଅଫିସର ସୁଧାଂଶୁ ଅଗସ୍ତି ଦଳ ସହ ଗସ୍ତ କରିଛନ୍ତି। ଏହି ଦଳ ଚଳିତ ମାସ ୦୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ରେ ଭାଗ ନେବାକୁ ଗସ୍ତ କରିଛନ୍ତି l କ୍ରୀଡ଼ା ପରିଷଦ ପକ୍ଷରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ସମ୍ପାଦକ ଡ.ସାରଦା ପ୍ରସାଦ ସାହୁ ରାକେଶ, କୁମାର ମହାନ୍ତି, ରବିଚରଣ ମିଶ୍ର, ସୁଧାକର ବିଷୋୟୀ, ସଚ୍ଚିଦାନନ୍ଦ ଦାଶ, ଦୀପକ ତିବରବାଲା ଓ ପ୍ରଦୀପ ନାୟକ ସମେତ ଆସିକା ର ବୁଦ୍ଧିଜୀବୀ, ସମାଜ ସେବୀ, କ୍ରୀଡା ପ୍ରେମୀ, ସାମ୍ବାଦିକ, ଆଇନଜୀବି ଏବଂ ରାଜନୀତି ବ୍ୟକ୍ତି ବିଶେଷ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.