କେନ୍ଦ୍ରାପଡ଼ାରୁ ଓହରିନି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ : ଶିଳ୍ପ ମନ୍ତ୍ରୀ

add-all

ଭୁବନେଶ୍ୱର : କେନ୍ଦ୍ରାପଡ଼ାରୁ ଓହରିନି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ । ଆର୍ସେଲର ମିତ୍ତଲ ନିପନ୍‌ କମ୍ପାନୀ ଓଡିଶାରୁ ଚାଲି ଯାଉଥିବା ବିଜେଡି ନେତା ପ୍ରତାପ ଜେନା କହିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । 

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଯାଇ ନିପ୍ପନ କମ୍ପାନୀ ମାଲିକଙ୍କ ସହ ସହ ଆଲୋଚନା କରି ପୃଥିବୀର ସବୁଠାରୁ ବଡ଼ ଷ୍ଟିଲ ପ୍ଲାଣ୍ଟ କେନ୍ଦ୍ରାପଡ଼ାରେ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ତାହା ଆନ୍ଧ୍ର ପ୍ରଦେଶ ଚାଲି ଯାଉଛି, ଯାହା ଓଡ଼ିଶା ପାଇଁ ଦୁର୍ଭାଗ୍ୟଜନକ ବୋଲି ପ୍ରତାପ ଜେନା କହିଥିଲେ । ଏହାଉପରେ ପ୍ରତିକ୍ରିୟା ରଖି ସମ୍ପଦ ସ୍ବାଇଁ କହିଛନ୍ତି, ଓଡ଼ିଶାର ଲୋକଙ୍କୁ ବିଜେଡି ଭ୍ରମିତ କରୁଛି । ସାରା ଦେଶର ଏକ ପ୍ରମୁଖ କମ୍ପାନୀ ହେଉଛି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ । ପୂର୍ବ ସରକାରରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଓଡ଼ିଶା ଫେରୁଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ । ଆଗରୁ ମଧ୍ୟ JSW –EV ଫେରି ଯାଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରାଯାଇଥିଲା, ପରେ ସତ୍ୟତା ଜଣାପଡ଼ିଲା ବୋଲି ସମ୍ପଦ ସ୍ୱାଇଁ କହିଛନ୍ତି ।

ad-week
Leave A Reply

Your email address will not be published.